
ମାଲକାନଗିରି: ମାଲକାନଗିରି ସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ଆଜି ଜିଲ୍ଲା ବିଜେପି ତରଫରୁ ଏକ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି। ଜିଲ୍ଲା ବିଜେପି ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ, ସଂପାଦକ ଗଙ୍ଗାଧର ତ୍ରିପାଠୀ, ଜିଲ୍ଲା ପ୍ରଭାରୀ କାଳିରାମ ମାଝୀ, ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଭାପତି ନିମାଇଁ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଉପାଧ୍ୟକ୍ଷା ସୁଲତା ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ଭୋଟ ପାଇଁ ଲୋକଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କରିଥିଲେ।
ମାଲକାନଗିରି ମେଡିକାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ନେଇ ବିଜେପି ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲା। ଜିଲ୍ଲା ହସ୍ପିଟାଲରେ ଡାକ୍ତର ମରୁଡି ରହିଥିବା ବେଳେ ଏହା ପୂରଣ ନେଇ କୌଣସି ପଦକ୍ଷେପ ରାଜ୍ୟ ସରକାର ନେଉ ନାହାଁନ୍ତି। ଡାକ୍ତର ନଥିବାରୁ ଲୋକେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯାଉଥିବା କୁହାଯାଇଛି। ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରି କିପରି ନିର୍ବାଚନରେ ଭୋଟ ହାତେଇବେ ସେନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହି ସ୍ବାସ୍ଥ୍ୟ ବୀମା ଦ୍ବାରା କେହି ମଧ୍ୟ ଉପକୃତ ହୋଇନଥିବା କୁହାଯାଇଛି। କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାଁନ୍ତି। ସ୍ବାସ୍ଥ୍ୟ ସେବାରେ ବିନିଯୋଗ ହୋଇଥିବା ୧୦୮ ଆମ୍ବୁଲାନ୍ସର ଭଡା ଠିକ୍ ରୂପେ ଦେଇ ପାରୁନାହାଁନ୍ତି। ଯାହାଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଭେଣ୍ଡର ମାନେ ନାହିଁ ନଥିବା ହଇରାଣ ହେଉଥିବା କୁହାଯାଇଛି।
ବାଦାମ ମଣ୍ଡିରେ ଠିକ ଭାବେ କାର୍ଯ୍ୟାନୁଷ୍ଠାନ କରା ଯାଉନାହିଁ। ଯାହାଫଳରେ ଚାଷୀ ବାଦାମ ଦେଇ ମଧ୍ୟ ନିଜର ପ୍ରାପ୍ୟ ପାଇ ପାରୁନାହାଁନ୍ତି। ପୋଲାଭରମ ପ୍ରକଳ୍ପ ବର୍ତ୍ତମାନ ସମାପନ ହେବାକୁ ବସିଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା ମାଲାକନଗିରି ଜିଲ୍ଲାର ବହୁ ଅଂଚଳ କ୍ଷତିଗ୍ରସ୍ତ ହେଉଥିବା ବେଳେ ସେହି ଲୋକ ମାନଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଓଡିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ଅଭିଯୋଗ କରାଯାଇଛି। ସେହିପରି ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ବଣ୍ଡା ଏବଂ ଡିଡାଇଙ୍କ ଉନ୍ନତି ନିମନ୍ତେ ବଣ୍ଡା ଉନ୍ନୟନ ସଂସ୍ଥା ଏବଂ ଡିଡାଇ ଉନ୍ନୟନ ସଂସ୍ଥା ସ୍ଥାପନ କରାଯାଇଛି। ତେବେ ଏହି ଦୁଇ ସଂସ୍ଥା ତରଫରୁ କରାଯାଉଥିବା ଉନ୍ନୟନ କାର୍ଯ୍ୟ ଆଦୌ ସନ୍ତୋଷଜନକ ନୁହେଁ ବୋଲି ବିଜେପି କହିଛି। ନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କିନ୍ତୁ ଲୋକେ ସରକାରଙ୍କର ଚାଲ୍କୁ ଠିକ ଜାଣିଛନ୍ତି ଏବଂ ଦରକାର ବେଳେ ସମ୍ମାନ ଜବାବ ଦେବେ ବୋଲି କୁହାଯାଇଛି।
The post ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ପୋଲାଭରମ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଦାବି first appeared on Sambad.from ଜିଲ୍ଲା | Sambad https://ift.tt/3zl2ygP
0 Comments