କେନ୍ଦୁଝର: ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ବରଦାପାଳ ଗ୍ରାମରେ ମା ମଣ୍ତଳେଶ୍ବରୀଙ୍କ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ଗ୍ରାମର ପୂଜକ ମହେଶ୍ବର ଦେହୁରୀ ମା”ଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ। ବରଦାପାଳ ପ୍ରସିଦ୍ଧ ଜନ୍ତାଳପର୍ବରେ ୧୮ମୈାଜା ଲୋକ ସାମିଲ ହୋଇଥିଲେ। ସଭାପତି ପୁରନ୍ଦର ଦେହୁରୀ, ଉପସଭାପତି ଲାଲମହନ ପାତ୍ର, ସମ୍ପାଦକ ହରିହର ଦେଓ, ସହସଂପାଦକ ବେଣୁଧର ନାୟକ, କୋଷାଧକ୍ଷ ଗଙ୍ଗାଧର ପାତ୍ର, ସଦସ୍ୟ ଗୌତମ ଗିରି, ପରମାନନ୍ଦ ନାୟକ, ରାଉତ ମୁଣ୍ତା, ଅନାଦି ମହାନ୍ତ, ସିପେଇ ଧାଙ୍ଗଡ଼, ରାମଚ଼ନ୍ଦ୍ର ମୁଣ୍ତା, ଅଭିମନ୍ୟୁ ମହାନ୍ତ, ଗୋପ ମୁଣ୍ତା, ଶୁକଦେବ ବେହେରା, ପରମେଶ୍ବର ମୁଣ୍ତାଙ୍କ ନେତୃତ୍ବରେ ୧୮ମୈାଜାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

The post ବରଦାପାଳରେ ଜନ୍ତାଳ ପର୍ବ first appeared on Sambad.

from ଜିଲ୍ଲା | Sambad https://ift.tt/3ELjEZ4