ସମ୍ବଲପୁର: ଜଣେ ଯୁବକ ୟୁଟ୍ୟୁବ୍‌ରେ ସମ୍ବଲପୁରୀ ଦୋକାନ ନାଁରେ ଏକ ଚ୍ୟାନେଲ୍‌ ତିଆରି କରିଥିଲେ। ଉକ୍ତ ଚ୍ୟାନେଲ୍‌ରେ ଏକ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ଅଭିଯୁକ୍ତ ଜଣକ ମହିଳା ଅଙ୍ଗନବାଡି କର୍ମୀଙ୍କ ଚିତ୍ର ପୋଷ୍ଟ କରିଥିଲେ ଏବଂ ପ୍ରଚ୍ଛଦପଟରେ ଅଶ୍ଳୀଳ ଶବ୍ଦ ଓ ଭାଷା ବ୍ୟବହାର କରିଥିଲେ। ଯାହା ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅପମାନିତ କରିଛି ବୋଲି ବୁର୍ଲା ଥାନା ଅଧୀନ ଗୋପବନ୍ଧୁ ଛକର ପ୍ରଶାନ୍ତ କୁମାର ପାଢ଼ୀ(୫୦) ଅଭିଯୋଗ କରିଛନ୍ତି। ଶ୍ରୀ ପାଢ଼ୀ ସମ୍ବଲପୁର ସାଇବର୍‌ ଥାନାରେ ଗତ ୧୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ସାଇବର୍‌ ପୁଲିସ କେସ୍‌ ନଂ ୧୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି।

ଏହି ମାମଲାର ଅନୁସନ୍ଧାନ ବେଳେ ୟୁଟ୍ୟୁବ୍‌ର ଚ୍ୟାନେଲ୍‌ ତିଆରି କରିଥିବା ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ସମରା ଗାଁର ଚିନୁ ମଲ୍ଲିକଙ୍କ ପୁଅ ଲକ୍ଷେଶ୍ବର ମଲ୍ଲିକକୁ ସାଇବର୍‌ ପୁଲିସ ମଙ୍ଗଳବାର ଗିରଫ କରିବା ସହ କୋର୍ଟଚାଲାଣ କରିଛି। ସମ୍ବଲପୁରର ସାଇବର ପୁଲିସ ଷ୍ଟେସନର ଆବଶ୍ୟକତା ଅନୁଯାୟୀ ୟୁଟ୍ୟୁବ୍‌ କର୍ତ୍ତୃପକ୍ଷ ଭାରତ ଡୋମେନ୍‌ରୁ ଏହି ଭିଡିଓକୁ ଡିଲିଟ କରିଛନ୍ତି।

The post ଅଶ୍ଲୀଳ ଭିଡିଓରେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପମାନିତ କରିବା ଘଟଣା first appeared on Sambad.

from ଜିଲ୍ଲା | Sambad https://ift.tt/39vs6gA