
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ରାତି ୨ ଟାରେ ପ୍ରସୂତି ବିଭାଗକୁ ପାଣି ପଶିଯିବା କାରଣରୁ ପ୍ରସୂତି ମହିଳାମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଶଯ୍ୟା ଅଭାବରୁ ଅନେକ ମହିଳା ନବଜାତ ଶିଶୁଙ୍କୁ ଧରି ଚଟାଣ ଉପରେ ଶୋଇ ଚିକିତ୍ସିତ ହେଉଛନ୍ତି। ପାଣି ଶୁଖିବା ପର୍ଯ୍ୟନ୍ତ ଠିଆ ହୋଇ ଅପେକ୍ଷାକରି ରହିଥିବାର ଅଭିଯୋଗ ହୋଇଛି। ଅନେକ ରୋଗୀ ରଖିଥିବା କପଡ଼ା ମଧ୍ୟ ପାଣିରେ ଓଦା ହୋଇଯାଇଛି। ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ହସ୍ପିଟାଲ କରିଥିବା ସମୟରେ ଏକ ସିଡ଼ି ପାଶ୍ବ କାନ୍ଥର କିଛି ଅଂଶ କୌଣସି କାରଣରୁ କାନ୍ଥ ଭଙ୍ଗା ଯାଇଥିଲା। କିନ୍ତୁ, ତାହା ଆଜି ପର୍ଯ୍ୟନ୍ତ ମରାମତି କରାଯାଇ ନାହିଁ। ଫଳରେ ସେହି ଫାଙ୍କା ବାଟ ଦେଇ ବର୍ଷା ପାଣି ଭିତରକୁ ପଶି ଥିଲା।
The post ଅଧା ରାତିରେ ପ୍ରସୂତି ବିଭାଗକୁ ପଶିଲା ବର୍ଷା ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3Cw8uWg
0 Comments