
କେନ୍ଦୁଝର: କଟକ ବାରବାଟୀ ଷ୍ଟାଡିୟମ କ୍ଲବ୍ ହାଉସ୍ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡ ବ୍ଲାକ୍ବେଲ୍ଟ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ୧୦ଜଣ ଖେଳାଳି ସଫଳତା ହାସଲ କରିଛନ୍ତି। ବ୍ଲାକ୍ବେଲ୍ଟ ପାଇଥିବା ଖେଳାଳିମାନେ ହେଲେ କେନ୍ଦୁଝର ଆମେଚର ତାଇକୋଣ୍ଡ ଆସୋସିଏସନ୍ର ସ୍ମୃତିଲବ୍ଧା ନାୟକ, ସ୍ଥିତିପ୍ରଜ୍ଞା ଗିରି, ବିଶ୍ୱରୂପା ପାତ୍ର, ମାନସ ରଞ୍ଜନ ବାରିକ, ସତ୍ୟବାନ ମହାପାତ୍ର, ଅମିତ ହାଁସଦା, ଜଗନ୍ନାଥ ଟୁଡୁ, ତପନ କୁମାର ପୂର୍ତ୍ତି, ପ୍ରଦୀପ ପାତ୍ର ଓ ଦିଗ୍ବିଜୟ ବେହେରା। ଏହି ଖେଳାଳିମାନଙ୍କୁ ଆଜି କେନ୍ଦୁଝର ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ଅତିଥିଭାବେ ଯୋଗଦେଇ ଏହି ଖେଳାଳିମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି କହିଥିଲେ। କେନ୍ଦୁଝର ଆମେଚର ତାଇକୋଣ୍ଡ ଆସୋସିଏସନ୍ ସଭାପତି ପ୍ରଦୀପ ମହାନ୍ତି ଏବଂ ସଂପାଦକ ନିର୍ମଳ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଅନୁଷ୍ଠାନର ରଣଜିତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଟଙ୍କଧର ନାଏକ, ପୂର୍ଣ୍ଣଚନ୍ଦ୍ର ନାଏକ, ମନୋଜ କୁମାର ପାତ୍ର, ଏମ୍ଡି ସକିଲ, ଜିତେନ୍ଦ୍ର ଓରାମ ପ୍ରମୁଖ ପରିଚାଳନା କରିଥିଲେ।
The post ତାଇକୋଣ୍ଡରେ ୧୦ଜଣଙ୍କୁ ବ୍ଲାକ୍ବେଲ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3yNt962
0 Comments