
ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅଣା-ସମଣା ରାସ୍ତାର ଡଙ୍କୁରି ନିକଟରେ ଗତ ୩ ତାରିଖରେ ବାଇକ୍ରୁ ଖସିପଡ଼ି ଗୁରୁତର ହୋଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ସରମଙ୍ଗା ଗ୍ରାମର ଭାରତୀ ଜେନା (୬୫) ଓ ଗଙ୍ଗାଧର ଖୁଣ୍ଟିଆ ବାଇକ୍ (ଓଡି-୩୪-ଏଲ-୪୫୮୬)ରେ ହାଟଡିହିରୁ ଘରକୁ ଫେରୁଥିଲେ। ଡଙ୍କୁରି ନିକଟରେ ଏକ ହମ୍ପସ ପାଖରେ ଭାରତୀ ବାଇକ୍ରୁ ଖସି ପଡ଼ିଥିଲେ। ହାଟଡିହି ଦମକଳ ବାହିନୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
The post ବାଇକ୍ରୁ ଖସି ମହିଳାଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3jMWNE9
0 Comments