
ସୋନପୁର: ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି ସୋନପୁରରେ ନବ ନିର୍ମିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣାଧୀନ ପାଚେରି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପ୍ରାୟ ଅଢେଇ ବର୍ଷ ହେବ ଚାଲିଛି ଏବଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ଅନିୟମିତତା ହେଉଥିବା ଆଗରୁ ଅଭିଯୋଗ ହେଉଥିଲା। ସମ୍ପୃକ୍ତ ଠିକାଦାର କିନ୍ତୁ ଲୋକଙ୍କ କୌଣସି ଅଭିଯୋଗକୁ ଖାତିର କରୁନଥିଲେ। ଏବେ ଦୁଇ ଦିନ ବର୍ଷାରେ ପାଚେରି ଭାଙ୍ଗିବା ଘଟଣା ନିମ୍ନମାନର କାମ ହେଉଥିବା ସ୍ପଷ୍ଟ ହୋଇଛି। ତେଣୁ ଏହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।
The post ବର୍ଷାରେ ଭାଙ୍ଗିଲା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣାଧୀନ ପାଚେରି first appeared on Sambad.from ଜିଲ୍ଲା | Sambad https://ift.tt/2Z26Z3N
0 Comments