ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ବିଲେନଯୋର ଗ୍ରାମର ଧରମସିଂହ ନାଗଙ୍କୁ କିଛି ବ୍ୟକ୍ତି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କୋମନା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତଙ୍କ ପରିବାର ଲୋକେ ବୁଧବାର ନୂଆପଡ଼ା ଏସ୍‌ପି ଅଫିସ ଆସି ଅତିରିକ୍ତ ଏସ୍‌ପି ସୁନୀଲ ଆଚାର୍ଯ୍ୟଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ହେଲା, ଚଳିତ ମାସ ୧୩ ତାରିଖ ନୂଆଁଖାଇବାସିରେ ୫ରୁ୭ ଜଣ ଲୋକେ ଧରମ ସିଂହ ନାଗଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିଲେ। ଧରମସିଂହଙ୍କ ସ୍ତ୍ରୀ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହି ସମୟରେ ଧରମସିଂହ ପାଖକୁ ଦୌଡ଼ି ଆସି ବିରୋଧ କରିବାରୁ ପୀତାମ୍ବର ଭୋଇ ଟାଙ୍ଗିଆରେ ଧରମସିଂଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଏଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।

The post ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଗୁହାରି କଲେ ପରିବାର ଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3kdH4xY