
କାଳିଆପାଣି : ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ମୁଣ୍ଡାସାହିରେ ଆଜି ପୁଣି ଜଣେ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକ ଜଣକ ଗରିବ ଦିନ ମଜୁରିଆ ଶ୍ରେଣୀଭୁକ୍ତ ଘନ ହାଁସଦାଙ୍କ ପତ୍ନୀ ଘାସ(୪୭)। ଏଥିସହ ୪୦ ପରିବାର ବିଶିଷ୍ଟ ଏହି ବସ୍ତିରେ ୩ ମାସ ମଧ୍ୟରେ ୧୧ଜଣଙ୍କ ଅକାଳ ମୃତ୍ୟୁ ହେଲାଣି। ବସ୍ତିରେ ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଚିନ୍ତାଗ୍ରସ୍ତ ରହିବା ସହ ସାଧାରଣରେ ଆତଙ୍କ ଖେଳିଯାଇଛି।
ଗତ ସପ୍ତାହରେ ଘାସଙ୍କ ଅବସ୍ଥା ଶୋଚନୀୟ ହୋଇଥିଲା। ପରିବାର ପକ୍ଷରୁ ତାଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରେ ପର୍ଯ୍ୟାୟ କ୍ରମେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ଗତକାଲି ରାତିରେ କଟକରେ ଘାସ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
The post ଯାଜପୁର: ମହୁଲଖାଲରେ ପୁଣି ଜଣଙ୍କ ଅକାଳ ମୃତ୍ୟୁ, ତିନିମାସରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଲା first appeared on Sambad.from ଜିଲ୍ଲା | Sambad https://ift.tt/3zXIvWO
0 Comments