ଅନୁଗୁଳ : ଶେଷରେ ଘରୋଇ କଂପାନି ରୁଙ୍ଗ୍‌ଟା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲଗାଇଛନ୍ତି। ଝାଡ଼ବନ୍ଧ-ତର୍କାବେଡ଼ା ରାସ୍ତାରେ ବାଡ଼ ପକାଇ ଦେଇଛନ୍ତି। କେବଳ ସେହି ରାସ୍ତା ନୁହେଁ, ବେରୁଆଁପାଳ ରାସ୍ତାକୁ ବି ବନ୍ଦ କରିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଝାଡ଼ବନ୍ଧ-ତର୍କାବେଡ଼ା ରାସ୍ତା ହେଉଛି ଆଖପାଖ ସାତଖଣ୍ଡ ପଞ୍ଚାୟତର ଜୀବନରେଖା। ରାତିଅଧ ପାହାନ୍ତା ଲୋକେ ଜୀବନ-ଜୀବିକା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିଲେ। କିନ୍ତୁ, ରୁଙ୍ଗ୍‌ଟା କାରଖାନା ଏ ରାସ୍ତାକୁ ନିଜ କବଜାକୁ ନେଇ କାରଖାନା ବସାଇବାକୁ ଉଦ୍ୟମ କରୁଥିବା ବେଳେ ତର୍କାବେଡ଼ା ଗାଁ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ମାସେରୁ ଅଧିକ ଦିନ କାଳ ସାତ ପୁରୁଷର ଏହି ରାସ୍ତାକୁ ସୁରକ୍ଷା ଦେବା ଲାଗି ଆବାଳ ବୃଦ୍ଧବନିତା ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଆସୁଥିଲେ।

ଶେଷରେ, ରାସ୍ତାକୁ ସବୁଦିନ ପାଇଁ ବନ୍ଦ କରିବା ପୂର୍ବରୁ ସୋମବାର ସକାଳୁ ସକାଳୁ ହଠାତ୍‌ ରାସ୍ତା ଉପରେ ଶହ ଶହ ପୁଲିସ ଛାଉଣି ହୋଇଥିଲେ। ଲୋକମାନେ ଏହାର କୌଣସି ଟେର୍‌ ପାଇନଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିହୋଇଛି।

The post ରୁଙ୍ଗ୍‌ଟା ପାଇଁ ୧୪୪ ଧାରା  first appeared on Sambad.

from ଜିଲ୍ଲା | Sambad https://ift.tt/3m7gAOn