ଲାଞ୍ଜିଗଡ଼ : ସରପଞ୍ଚ ପଦରୁ ଇସ୍ତଫା ଦେଇଛନ୍ତି ଲାଞ୍ଜିଗଡ଼ ବ୍ଲକ୍‌ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ସରପଞ୍ଚ ପିଙ୍କି ସିରିକାକା। ଭବାନୀପାଟଣା ଉପଜିଲ୍ଲାପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ପିଙ୍କି ନିଜ ଗାଁ ଇଜୁରୁପାରେ ଅଙ୍ଗନବାଡ଼ି ପଦ ପାଇଁ ଆବେଦନ କରିଥିଲେ। ଏଥିରେ ସେ ମନୋନୀତ ହୋଇଛନ୍ତି। ସରପଞ୍ଚ ପଦବିରେ ଥିବାରୁ ଅଙ୍ଗନବାଡ଼ି ପଦବିରେ ନିଯୁକ୍ତି ପାଇ ପାରିବେ ନାହିଁ। ନିର୍ବାଚନୀ ନିୟମ ଉଲ୍ଲଂଘନ ହେବା ପୂର୍ବରୁ ସେ ଉଚିତ ମନେକରି ଇସ୍ତଫା ପତ୍ର ଦେଇଛନ୍ତି। ଏହା ପୂର୍ବରୁ ଲାଞ୍ଜିଗଡ଼ ବ୍ଲକ୍‌ ବସନ୍ତପଡ଼ା ପଞ୍ଚାୟତ ସରପଞ୍ଚ ମୁଙ୍ଗୁଳି ମାଝୀ ମଧ୍ୟ ନିଜ ଗାଁ କଂସାରି ଅଙ୍ଗନବାଡ଼ି ପଦବିରେ ମନୋନୀତ ହୋଇ ନିଜ ପଦବିରୁ ଇସ୍ତଫା ଦେଇଥିଲେ।

The post ସରପଞ୍ଚ ପଦବିରୁ ଇସ୍ତଫା ଦେଲେ ପିଙ୍କି ସିରିକାକା first appeared on Sambad.

from ଜିଲ୍ଲା | Sambad https://ift.tt/3u8oYRx