ବଲାଙ୍ଗୀର: ବଲାଙ୍ଗୀର ସହରର ଜଣାଶୁଣା ମିନର୍ଭା ଗ୍ରୁପ୍‌ର ପ୍ରତିଷ୍ଠାତା ସୁରେନ୍ଦ୍ର ମେହେର(୭୫)ଙ୍କ ପରଲୋକ ଘଟିଛି। ତାଙ୍କ ଦେହ ଅସୁସ୍ଥ ହେବା ପରେ ପରିବାର ବର୍ଗ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କ ପରଲୋକ ଘଟିଥିଲା। ରାୟପୁରରେ ହିଁ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବନ୍ଧୁବର୍ଗଙ୍କ ସୂତ୍ରରୁ ସୂଚନା ମିଳିଛି। ଶେଷକୃତ୍ୟ ସମୟରେ ରାଜେଶ ମେହେର, ନିମେଶ ମେହେର ଓ ପରିବାରର ଅନ୍ୟ ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ବଲାଙ୍ଗୀରରେ ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। ସ୍ୱର୍ଗତ ମେହେର ପ୍ରଥମରୁ ହିଁ ବ୍ୟବସାୟକୁ ଧ୍ୟାନ ଦେଇଥିଲେ। ପଲଟ୍ରି ଫାର୍ମ, ରାଇସ ମିଲ  ଓ ପରେ ଅଟୋମୋବାଇଲସ, ସୁନାଗହଣା ଆଦି ବ୍ୟବସାୟକୁ ଆସିଥିଲେ। ବ୍ୟବସାୟ କ୍ଷେତ୍ରରେ ସେ ବେଶ୍‌ ସଫଳତା ପାଇଥିଲେ।

The post ମିନର୍ଭା ଗ୍ରୁପ୍‌ର ପ୍ରତିଷ୍ଠାତା ସୁରେନ୍ଦ୍ର ମେହେରଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3B1ci1C