
ବଲାଙ୍ଗୀର: ଡାକ୍ତରଖାନାଗୁଡ଼ିକରେ ନିରାମୟ ଔଷଧ ମାଗଣାରେ ଦିଆଯାଉଛି। କିନ୍ତୁ, ନିରାମୟରେ ନିରୋଗ ହେବାକୁ ଆସୁଥିବା ରୋଗୀଙ୍କୁ ଦିଆଯାଉଛି ଏକ୍ସପାୟରି ମେଡିସିନ। ଏଭଳି ଏକ ଘଟଣା ଏବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଏକ୍ସପାୟରି ଔଷଧ ଦିଆଯାଇଥିବା ବେଳେ ସେ ତାହା ଜାଣିବାରୁ ହସପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପଟେ ଡାକ୍ତରଖାନାର ଅଧୀକ୍ଷକ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ନିରାମୟ କାଉଣ୍ଟରରେ ଏଭଳି ଏକ୍ସପାୟରି ମେଡିସିନ ବଣ୍ଟନ କରିବା ଭୁଲ ଅଟେ ବୋଲି ସ୍ୱୀକାର କରିଛନ୍ତି।
ପ୍ରକାଶ ଯେ ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୧ଟାରେ ପୁଇଁତଲା ବ୍ଲକ୍ ପୁଡ଼ାପାଲି ଗାଁର ସନ୍ତୋଷ ସାହୁ ଥଣ୍ଡା ଜ୍ୱର ହେଉଥିବାରୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଯାଇଥିଲେ। ଆଉଟ୍ଡୋର୍ରେ ଡାକ୍ତର ଦୁଇଟି ଔଷଧ ଲେଖି ଦେଇଥିଲେ। ତାପରେ ରୋଗୀ ଜଣକ ନିରାମୟ କେନ୍ଦ୍ରକୁ ଯାଇ ସରକାରୀ ମାଗଣା ଔଷଧ ଆଣିଲେ। ସେଥିରୁ ଗୋଟିଏ ଔଷଧ ଏକ୍ସପାୟରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାର ପ୍ରସ୍ତୁତି ତାରିଖ ସେପ୍ଟେମ୍ବର ୨୦୧୯ ଓ ଏକ୍ସପାୟରି ତାରିଖ ଅଗଷ୍ଟ ୨୦୨୧ ରହିଥିଲା। ଭାଗ୍ୟବଶତଃ ସେ ତାକୁ ଖାଇନଥିଲେ। ବୁଧବାର ସନ୍ତୋଷ ଅଭିଯୋଗ କରିବା ପରେ ହସପିଟାଲ ଅଧୀକ୍ଷକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
The post ବଡ଼ ଡାକ୍ତରଖାନାରେ ବଡ଼ ଭୁଲ, ନିରାମୟରେ ଏକ୍ସପାୟରି ଔଷଧ first appeared on Sambad.from ଜିଲ୍ଲା | Sambad https://ift.tt/2Zz7AKm
0 Comments