ରୁପ୍ରା : ନୂଆଁଖାଇ ପର୍ବର ପୂର୍ବଦିନ ନର୍ଲା ବ୍ଲକ୍‌ ଅଧୀନ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ, ଗିଗିନା, ସାଲିଙ୍ଗ ଗ୍ରାମରେ ରୋଗୀବଟା ପର୍ବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଏହା ଏକ ଅନନ୍ୟ ପରମ୍ପରା। ଗ୍ରାମର ପ୍ରତ୍ୟେକ ପରିବାରର ରୋଗୀ ବଟେଇବା ପାଇଁ ପ୍ରଥମେ ଘରେ ଓ ଗାଈ ଗୁହାଳରେ ପୂଜା କରାଯାଇଥିଲା। ଗ୍ରାମର ପ୍ରତ୍ୟେକ ପରିବାରରୁ ପୂଜା ସାମଗ୍ରୀ ଧରଣୀ ପୀଠରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା ହୋଇଥିଲା। ବଳକା ପୂଜା ସାମଗ୍ରୀ ଗାଁର ଶେଷ ମୁଣ୍ଡକୁ ନେଇ ସେଠାରେ ପୁଣି ପୂଜା କରାଯାଇ ରୋଗୀ ବଟା ଯାଇଥିଲା। ଏହି କାର୍ଯ୍ୟରେ ଜାନି କ୍ଷମା ମାଝୀ, ଦୁତିଆ ମାଝୀ, ଅମରସିଂ ମାଝୀ, ଶ୍ୟାମ ଧଙ୍ଗଡ଼ାମାଝୀ, ପି. ବିହାରୀ, ଟିକେପିଲା ମାଝୀ, ଅବକାଶ ମାଝୀ, ଅର୍ଜୁନ ମାଝୀ, ମିତ୍ରଭାନୁ ମାଝୀ ସମେତ ଗ୍ରାମର ଲୋକେ ଯୋଗଦାନ କରି ପୂଜାପାଠ କରିଥିଲେ।

The post ପରମ୍ପରା ଅନୁଯାୟୀ ରୋଗୀବଟା ପର୍ବ ଅନୁଷ୍ଠିତ first appeared on Sambad.

from ଜିଲ୍ଲା | Sambad https://ift.tt/3yZKysk