କଂଟାବାଞ୍ଜି : କଂଟାବାଞ୍ଜି ସିଗ୍‌ନାଲ ପଡ଼ାସ୍ଥିତ ଶ୍ୟାମାକାଳୀ ମନ୍ଦିରରୁ ଗୁରୁବାର ରାତିରେ ଚୋରି ହୋଇଛି। ଏନେଇ ମନ୍ଦିର ପୂଜକ ସଂଜୀବ ମହାପାତ୍ରଙ୍କ ଅଭିଯୋଗକୁ ଆଧାର କରି ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବଲାଙ୍ଗୀରରୁ ସାଇନ୍‌ଟିଫିକ୍ ଦଳ ମଧ୍ୟ ପହଞ୍ଚି ଏହାର ଅଧିକ ତଦନ୍ତ କରିଥିବା ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ ସୂଚନା ଦେଇଛନ୍ତି। ପୂଜକଙ୍କ କହିବା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ସେ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ଶୁକ୍ରବାର ସକାଳୁ ମନ୍ଦିର ଖୋଲିବା ପରେ ଚୋରି ହୋଇଥିବା ଜାଣି ପାରିଥିଲେ। ମାଁ କାଳୀଙ୍କ ମୂର୍ତ୍ତିରେ ଧାରଣ କରାଯାଇଥିବା ସୁନା ଅଳଙ୍କାର ଏବଂ ଦାନବାକ୍ସରୁ ପ୍ରାୟ ୨୦ରୁ ୨୫ ହଜାର ଟଙ୍କା ଚୋରମାନେ ନେଇଯାଇଛନ୍ତି।

The post କଂଟାବାଞ୍ଜି ଶ୍ୟାମାକାଳୀ ମନ୍ଦିରରୁ ଚୋରି first appeared on Sambad.

from ଜିଲ୍ଲା | Sambad https://ift.tt/3tulb0u