ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ମାଧ୍ୟମ ସଂଗଠନ ପକ୍ଷରୁ କିରଣ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଜେଲ ଅଧୀକ୍ଷକ ପ୍ରଦୀପ କୁମାର ବେହେରା ଯୋଗ ଦେଇଥିଲେ। କିରଣ ପ୍ରକଳ୍ପର ସଭାପତି ସମାଜସେବୀ ନମ୍ରତା ଚଢା ମହିଳା ଅନ୍ତେବାସୀଙ୍କ ନ୍ୟାୟିକ, ସାମାଜିକ ତଥା ମନସ୍ତାତ୍ତ୍ବିକ ସହଯୋଗୀତା ପାଇଁ କିରଣର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ବାରିପଦା ମଣ୍ଡଳ କାରାଗାରରେ ଥିବା ମହିଳା ଅନ୍ତେବାସୀଙ୍କ ପରାମର୍ଶଦାତା ଭାବରେ ଶ୍ରୀରାମ ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କବୟିତ୍ରୀ ଅସୀମା ସାହୁ, ଅଧ୍ୟାପିକା ସରିତା ପୃଷ୍ଟିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା।

ଶ୍ରୀମତୀ ସାହୁ ଏହି ଅବସରରେ ଜେଲ୍‌ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିବା ବେଳେ, କିରଣର ନିର୍ଦ୍ଦେଶିକା ମହେଶ୍ବତା ମିଶ୍ର, ଆଗାମୀ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ କରିଥିଲେ। ଜେଲ ଶିକ୍ଷକ ପ୍ରଦୀପ ସ୍ୱାଇଁ, ଜେଲର ମଧୁସ୍ମିତା ସେଠୀ, କାଳନ୍ଦି ନାୟକ, ଭାରତୀ ମୁର୍ମ୍ମୁ, ରେଡିଓ ସାମ୍ବାଦିକ ସତ୍ୟାନନ୍ଦ ସେଜପଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମହିଳା ଅନ୍ତେବାସୀ ମାନେ ସୁନ୍ଦର ନୃତ୍ୟଗୀତ ପରିବେଷଣ କରିଥିଲେ।

The post ମାଧ୍ୟମ ସଂଗଠନ ପକ୍ଷରୁ ବାରିପଦା ମଣ୍ଡଳ କାରାଗାରରେ ପ୍ରକଳ୍ପର ଶୁଭାରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/2XN2YQn