
ବାରିପଦା: ସ୍ଥାନୀୟ ଲକ୍ଷ୍ମୀପୋଷିସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଡିପ୍ଲୋମା ପଲିଟେକନିକ ଅନୁଷ୍ଠାନ ଭାବେ ସୁପରିଚିତ “ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂ”(ଏମଏସଇ) ର ମେକାନିକାଲ, ଇଲେକଟ୍ରୋନିକସ, ଅଟୋମୋବାଇଲ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଜେଏସଡବ୍ଲ୍ୟୁ କମ୍ପାନୀ ପକ୍ଷରୁ କ୍ଯାମ୍ପସ ଚୟନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ଯାମ୍ପସ ଚୟନରେ ଯୋଗ୍ୟତା ତଥା ମେଧା ଭିତ୍ତିରେ ଅଙ୍କିତା ଯାଦବ, ରିତିକ ସାହୁ , ପୃଥୀରାଜ ନାୟକ, ଚିନ୍ମୟ ନନ୍ଦ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ଚଳିତ ଶିକ୍ଷାବର୍ଷରେ ଏମଏସଇ ମୋଟ ଅଦ୍ୟାବିଧି ୧୦ ଟି କମ୍ପାନୀ ଦ୍ଵାରା ମେକାନିକାଲ, ଇଲେକଟ୍ରୋନିକସ, ଅଟୋମୋବାଇଲ, ଇଲେକଟ୍ରିକାଲ ଏବଂ ସିଭିଲ ବିଭାଗର ୧୮୦ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି ବୋଲି ପ୍ଲେସମେଣ୍ଟ ଅଧିକାରୀ ବିଭୁଦେନ୍ଦ୍ର ଷଡଙ୍ଗୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଭାରତର ଅଗ୍ରଣୀ ଜାତୀୟ ସ୍ତରୀୟ କମ୍ପାନୀ ଟାଟା ପାୱାର ରେ ୩ ଜଣ ଛାତ୍ରଛାତ୍ରୀ ଏବଂ ବଜାଜ ଅଟୋରେ ୧୦ ଜଣ ଛାତ୍ର ନିଯୁକ୍ତି ପାଇଛନ୍ତି । ତତସହିତ ରାମଟେକ, ମାଣ୍ଡୋ, ଆନନ୍ଦ ଗୃପ, ଲୁମାକ୍ସ, ଜୟ ହିନ୍ଦ ମୋଟର୍ସ , ରାନେ ଗୃପ, ସିଗମା କମ୍ପାନି ଇତ୍ୟାଦିରେ ମୋଟ ୧୮୦ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଏବଂ ଉନ୍ନତ ମାନର ବୈଷୟିକ ଗୁଣାତ୍ମକ ତାଲିମ ପାଇଁ ରେଡ ହେଟ ଏକାଡେମି, ବ୍ଲପ୍ରିଜମ ବିଶ୍ୱବିଦ୍ୟାଳୟ, ସିଶକୋ, ଏଡୁସ୍କିଲ୍ଲ ସହିତ ଚୁକ୍ତି ପତ୍ର ସ୍ବାକ୍ଷରିତ ହୋଇ ପିଲାମାନଙ୍କର ଅନଲାଇନ ତାଲିମ ବ୍ୟବସ୍ଥା କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଧରମବୀର ବୁଗୁଡେଇଙ୍କ ଠାରୁ ଜଣାପଡିଛି ।
ମହିନ୍ଦ୍ରା କମ୍ପାନୀ ତରଫରୁ ପିଲାମାନଙ୍କର ବ୍ୟକ୍ତିତ୍ବ ଓ ବୌଦ୍ଧିକ ବିକାଶ ପାଇଁ ହୋଇଥିବା ଟ୍ରେନିଂ ପ୍ରୋଗ୍ରାମରେ ଶତାଧିକ ଛାତ୍ରଛାତ୍ରୀମାନେ ତାଲିମପ୍ରାପ୍ତ ହୋଇ ପ୍ରମାଣ ପତ୍ର ହାସଲ କରିଛନ୍ତି ।
The post ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂରେ କ୍ୟାମ୍ପସ ସଫଳତା first appeared on Sambad.from ଜିଲ୍ଲା | Sambad https://ift.tt/3C8LH2N
0 Comments