
କୋରାପୁଟ : କୋରାପୁଟ ଆରପିଏଫ ହାତରେ ପଡିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ରେଳବାଇର ବିଦ୍ୟୁତକରଣରେ ଲାଗୁଥିବା ତମ୍ବା ଚୋର ଗ୍ୟାଙ୍ଗ। ଏହି ଗ୍ୟାଙ୍ଗରୁ ଆରପିଏଫ ଦୁଇଜଣଙ୍କୁ ଧରି କୋର୍ଟ ଚାଲାଣ କରାଯାଇଥିବାବେଳେ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଏହାସହ ଜୟପୁର, ମାଲକାନଗିରି, କୋରାପୁଟ ଓ ବ୍ରହ୍ମପୁରରେ ଛାନଭିନ କରୁଛି ଆରପିଏଫର ସ୍ବତନ୍ତ୍ର ଦଳ। ଗିରଫ ହୋଇଥିବା ଦୁଇଜଣ ଯୁବକ କୋରାପୁଟର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ଗତକିଛି ଦିନ ହେବ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର ତମ୍ବା ତାର। ଏହି ତାର ରେଳ ଚଳାଚଳ ଦିଗରେ କାର୍ଯ୍ୟରେ ଲାଗିବାକୁ ରହିଥିଲା। ଷ୍ଟୋରରୁ ତମ୍ବା ତାର ଚୋରି ହୋଇଥିବାବେବେଳେ ଏହିଥିରେ କୋରାପୁଟ ତଥା ରାଜ୍ୟ ବାହାରୁ ଚୋର ଏହାକୁ ଚୋରାଇ ନେଇଛନ୍ତି। ଏନେଇ ଆରପିଏଫ ପକ୍ଷରୁ ପରେ ସୂଚନା ଦିଆଯିବ ବୋଲି କତ୍ତୃପକ୍ଷ କହିଛନ୍ତି ।
The post ଆରପିଏଫ ଜାଲରେ ତମ୍ବା ତାର ଚୋର ଗ୍ୟାଙ୍ଗ first appeared on Sambad.from ଜିଲ୍ଲା | Sambad https://ift.tt/3C39xNf
0 Comments