
ଜୟପୁର : ଆସନ୍ତାକାଲି ସର୍ବଭାରତୀୟ ଏନଇଇଟି (ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୧୬ଟି କେନ୍ଦ୍ରରେ ଏହି ସର୍ବଭାରତୀୟ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ପ୍ରଥମ କରି କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପୂର୍ବରୁ ଏହି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ମାନେ ବ୍ରହ୍ମପୁର, ଭୁବନେଶ୍ବର କିମ୍ବା ପଡୋଶୀ ରାଜ୍ୟ ଆନ୍ଧ୍ରର ବିଶାଖାପାଟଣା , ଛତିଶଗଡ଼ର ରାୟପୁର ଯାଉଥିଲେ। ତେବେ ଏଥରକ ପ୍ରଥମ କରି ଏଠାରେ କେନ୍ଦ୍ର କରିଥିବାରୁ ପରୀକ୍ଷାର୍ଥୀ ପ୍ରସିତ କୁମାର ସାହୁ, ସୁମିତ ରଣା, ଅଙ୍କିତା ପାଣିଗ୍ରାହୀ, ସୁମିତ୍ରା ମାଝୀ, ସୁଚେତା ହୋତା ପ୍ରମୁଖ କେନ୍ଦ୍ରସରକାରଙ୍କ ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି। ପୂର୍ବରୁ ପରୀକ୍ଷାର୍ଥୀ ମାନେ ପୂର୍ବରୁ ଦିନକ କିମ୍ବା ଦୁଇ ଦିନ ପୂର୍ବରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଯିବାକୁ ପଡ଼ୁଥିଲା। ସେଠାରେ ଲଜ୍ ଭଡ଼ା ନେବା ଏବଂ କାର , ଟ୍ୟାକ୍ସି ଭଡା କରି କିମ୍ବା ବସରେ ଟିକେଟ କରି ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ତା ସହ ସମୟର ବି ଅପଚୟ ହେଉଥିଲା ବୋଲି ଏମାନେ କହିଛନ୍ତି। ଅନ୍ୟ ପକ୍ଷରେ ବହୁ ଗରିବ, ଅନୂସୂଚିତ ଜାତି ଓ ଜନଜାତି ପିଲା ବି ପରୀକ୍ଷା ଦେଇପାରୁ ନଥିଲେ ବୋଲି ଏମାନେ କହିଛନ୍ତି। ଏଠାରେ ପରୀକ୍ଷା କେନ୍ଦ୍ର ହେବା ଦ୍ବାରା ସବୁ ବର୍ଗର ପିଲା ଏହାର ଲାଭ ଉଠାଇ ପାରିବେ ବୋଲି ଅଭିଭାବକ ରାମ ଚନ୍ଦ୍ର ଗାଧବା, ହରି ବଡ଼ନାୟକ କହିଛନ୍ତି।
The post କୋରାପୁଟ, ମାଲାକାନଗିରି ଓ ରାୟଗଡ଼ାରେ ପ୍ରଥମ କରି ହେବ ନିଟ୍ ପରୀକ୍ଷା କେନ୍ଦ୍ର, ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ସ୍ବାଗତ first appeared on Sambad.from ଜିଲ୍ଲା | Sambad https://ift.tt/3noX9Dh
0 Comments