
ହରିପୁର : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଅତଲାପୁର ଗ୍ରାମରେ ଶନିବାର ସକାଳେ ପ୍ରବଳ ବର୍ଷାରେ କାନ୍ଥ ପଡ଼ି ଏହି ଗ୍ରାମର ମିନତି ବେହେରାଙ୍କର ୩ଟି ଛେଳି ମରି ଯାଇଛନ୍ତି। ଘରକାନ୍ଥର ଅନ୍ୟ ପାର୍ଶ୍ବରେ ଶୋଇଥିବା ତାଙ୍କର ୩ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତିନି ବର୍ଷ ପୂର୍ବେ ମିନତିଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ମୂଲମଜୁରି ଲାଗି ସେ ପରିବାର ପ୍ରତିପୋଷଣ କରୁଛନ୍ତି।

ଶନିବାର ସକାଳେ ପ୍ରବଳ ବର୍ଷାରେ ପ୍ଲାଷ୍ଟ ହୋଇନଥିବା କାନ୍ଥରୁ ପଥର ଭାଙ୍ଗିପଡ଼ି ଘରେ ବନ୍ଧା ହୋଇଥିବା ୩ଟି ଛେଳି ମରିଯାଇଥିଲେ। ପାଖଘରେ ୩ ପୁଅ ଶୋଇଥିଲେ। ହେଲେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସରପଞ୍ଚ ପ୍ରଫୁଲ୍ଲ ସାହୁ ବିପନ୍ନ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
The post ବର୍ଷାରେ କାନ୍ଥ ପଡ଼ି ୩ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ୩ ପୁଅ first appeared on Sambad.
from ଜିଲ୍ଲା | Sambad https://ift.tt/3A5u03q
0 Comments