ଘଣ୍ଟାପଡ଼ା : ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗଞ୍ଜେଇ ଜବତ କରିବା ସହ ରୁଣ୍ଡିମହୁଲ ଗ୍ରାମର ମଣ୍ଟୁ ମଲିକ (୩୨)ଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଗଞ୍ଜେଇ ଚାଲାଣ ହେଉଥବା ଖବର ପାଇ କଣ୍ଟାମାଳ ଏବଂ ମନମୁଣ୍ଡା ଅବକାରୀ ଅଧିକାରୀଙ୍କ ମିଳିତ ଚଢ଼ଉ ହୋଇଥିଲା। ଜଣେ ଚାଲାଣକାରୀ ଜଣକ ବାଇକ ଛାଡ଼ି ଫେରାର ହୋଇଥିଲେ। ପରେ ଯାଞ୍ଚ କରିବାରୁ ବାଇକ ଡିକିରୁ ୨୦ କେଜି ଗଞ୍ଜେଇ ମିଳିଥିଲା।

ସେହିପରି ଖଲିଆପାଲି ପଞ୍ଚାୟତ ନୂଆଁପାଲିଠାରେ ମଧ୍ୟ ଜଣକୁ ଗୋଡ଼ାଇ ଧରିଥିଲେ। ଗିରଫ ବ୍ୟକ୍ତି ଜଣକ ମଣ୍ଟୁ ମଲିକ। ତାଙ୍କ ବାଇକ୍‌ରୁ ମଧ୍ୟ ୨୦ କେଜି ଗଞ୍ଜେଇ ମିଳିଥିଲା। ମୋଟ୍‌ ୪୦ କେଜି ଗଞ୍ଜେଇ ଜବତ କରିବା ସହିତ ୨ ବାଇକ୍ (ଓଡି ୦୩ ଏ ୯୮୩୬) ଏବଂ (ଓଡି ୩୧ ସି ୧୨୫୩)କୁ ଜବତ କରାଯାଇଥିବା କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆ ପ୍ରକାଶ କରିଛନ୍ତି।

The post ଗଞ୍ଜେଇ ସହ ୨ ବାଇକ ଜବତ, ଜଣେ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3kQarHa