
ବିନିକା : ବିନିକା ପାପକ୍ଷୟ ଘାଟରେ ବୁଧବାର ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦେବାଶିଷ ଦାଶଙ୍କ ଆବାହକତ୍ବରେ ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ଚାଷୀମାନଙ୍କର ବିଗତ ଦିନରେ ହୋଇଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିରେ ଧାନ ବିକ୍ରୟ ସମସ୍ୟା, ସାର ସମସ୍ୟା, ଟୋକନ ସମସ୍ୟା, ଜଳ ଯୋଗାଣ ସମସ୍ୟା, ବିଦ୍ୟୁତ ସମସ୍ୟା, ଚାଷୀ ମଜୁରିଆ ସମସ୍ୟା ଆଦି ଆଲୋଚନା ହୋଇଥିଲା। ବିନିକା ଅଞ୍ଚଳାରେ କିଭଳି ଭାବରେ ଚାଷୀ ସଂଗଠନକୁ ମଜଭୁତ କରାହେବ ସେଥିପ୍ରତି ବି ଆଲୋଚନା ହୋଇଥିଲା।
ସର୍ବସମ୍ମତି କ୍ରାମେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ଅଜିତ ପଣ୍ଡା ସଭାପତି, ଆଶିଷ ମଲ୍ଲିକ ସମ୍ପାଦକ, ପ୍ରକାଶ ପଣ୍ଡା, ଗୁଣନିଧି ବାଘ, ମକରଧ୍ୱଜ ଚୌଧୁରି, ଜୟରାମ ନାୟକ ଓ ସୂର୍ଯ୍ୟ ନାରାୟାଣ ହୋତା ଉପସଭାପତି, ଦନାର୍ଦନ ଖମାରୀ, ଦାମୋଦର ପଧାନ, ମହନ କର୍ଣ୍ଣ, ଅଶୋକ କର୍ମୀ, ମଧୁ କ୍ଷେତି ଓ ବାମଦେବ ବରିହା ସମ୍ପାଦକ, ଜୟ ଗୋପାଲ ପଣ୍ଡା ଏବଂ ଲକ୍ଷ୍ମୀ ନାରାୟଣ ପୂଜାରୀ କୋଷାଧ୍ୟକ୍ଷ ମନୋନୀତ ହୋଇଥିଲା। ବାଞ୍ଚାନିଧି ହୋତା, ରମେଶ ଦାଶ, ବାସୁଦେବ ମେଲ୍ଲି, କାଶି ବୁଡ଼େକ, ଅଶୋକ କର୍ମୀ, ପ୍ରଶାନ୍ତ ପୂଜାହାରୀ, ଅନିରୁଦ୍ଧ ସାହୁ, ଦୁଃଖିଶ୍ୟାମ ସାହୁ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
The post ବିନିକା ପାପକ୍ଷୟ ଘାଟରେ ଚାଷୀ ସମାବେଶ first appeared on Sambad.from ଜିଲ୍ଲା | Sambad https://ift.tt/3zNWzS5
0 Comments