କେସିଙ୍ଗା : କେସିଙ୍ଗା ଆର୍‌ଓବି ନିକଟରେ ରବିବାର କଖାରୁ ବୋଝେଇ କଣ୍ଟେନରରୁ ୧୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ସୋମବାର ପୁଣି ସ୍ଥାନୀୟ ପୁଲିସ ସମାନ ସ୍ଥାନରୁ ମକା ବୋଝେଇ ବଲେରୋରୁ ୨୦ ବସ୍ତା ଗଞ୍ଜେଇ ଜବତ କରିଛି। ଯାହାର ଓଜନ ୬ କୁଇଣ୍ଟାଲରୁ ଅଧିକ ହେବ। ପୁଲିସ ଏହି ଘଟଣାରେ ସୋନୁ ରାଏ ନାମକ ଡ୍ରାଇଭରକୁ ଅଟକ ରଖିଛି। ବଲେରୋ ଗାଡ଼ି ଭବାନୀପାଟଣାରୁ ସମ୍ବଲପୁରକୁ ଯାଉଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ଅନ୍ୟପକ୍ଷେ ରବିବାର ଘଟଣାର ଅଭିଯୁକ୍ତ ନୀତିନ ଚୌଧୁରୀ ଓ ଡ୍ରାଇଭର ସୁଭାଷ ଚୌଧୁରୀକୁ ସୋମବାର କୋର୍ଟଚାଲାଣ କରାଯାଇଛି। ଏମାନେ ଗାଜିଆବାଦ ଅଞ୍ଚଳର ବୋଲି ପୁଲିସ କହିଛି। ତେବେ ଜିଲ୍ଲାର ଅନ୍ୟ ଥାନାରେ ଗଞ୍ଜେଇ ଚାଲାଣକାରୀ ଧରା ପଡୁନଥିବା ବେଳେ କେବଳ କେସିଙ୍ଗାରେ ହିଁ ଧରାପଡ଼ିବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜିଲ୍ଲାର ଅନ୍ୟ ଥାନା ଅଞ୍ଚଳରେ କିଛି ଗ୍ୟାଙ୍ଗ୍‌ ପାଇଲଟିଂ କରି ଚୋରା ଚାଲାଣରେ ସାହାଯ୍ୟ କରୁଥିବା ଆଶଙ୍କା କରାଯାଉଛି। ଆଇଆଇସି ସତ୍ୟ ନନ୍ଦଙ୍କ ତତ୍ୱାବଧାନରେ ଆଜିର ଚଢ଼ଉ ହୋଇଥିଲା।

The post ମକା ବୋଝେଇ ବଲେରୋରୁ ୬ କୁଇଣ୍ଟାଲ ଗଞ୍ଜେଇ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3h5DwMg