
ମାଲକାନଗିରି: ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଆଜି ସକାଳୁ ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଜେପିର କର୍ମୀମାନେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନ ଜଣାଇଥିଲେ। ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲେ ମଧ୍ୟ ଏହି ଦିନକୁ ମନେ ରଖିବା ପାଇଁ ବିଜେପି ପକ୍ଷରୁ ସମାଜସେବା କାର୍ଯ୍ୟ ପ୍ରତିବର୍ଷ କରାଯାଉଛି।
ପରେ ବିଜେପି ତରଫରୁ ଏନେଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେନେଇ ଆଲୋଚନା କରାଯାଇଥିଲା। ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ରହିଥିବାରୁ ମୋଦୀଙ୍କ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀ ମହଲରେ ଆହ୍ବାନ କରାଯାଇଛି। ମୋଦୀଙ୍କ ଜନ୍ମ ଦିନରେ ଯେଭଳି କୌଣସି ଲୋକ ଭୋକିଲା ନ ରୁହନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା।
The post ବିଜେପି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ହସ୍ପିଟାଲରେ ଶୁଖିଲା ଖାଦ୍ୟ ବଣ୍ଟନ first appeared on Sambad.from ଜିଲ୍ଲା | Sambad https://ift.tt/3zfdHjn
0 Comments