କୋରାପୁଟ :ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ସରକାରଙ୍କ ରାଜସ୍ବ ସଚିବ ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ। ଆଜି ସକାଳୁ ଜୟପୁର ବିମାନ ବନ୍ଦରରେ ଓହ୍ଲାଇବା ପରେ ଆକାଂକ୍ଷା ଜିଲ୍ଲା ସମୀକ୍ଷା କରିବା ସହ କୋଟିଆ ଗ୍ରାମପୁଞ୍ଜ ବୁଲି ଉନ୍ନୟନ କାର‌୍ୟ୍ୟ ଓ ଭତ୍ତିଭୂମିର ସମୀକ୍ଷା କରିଛନ୍ତି।ଏହାସହ କୋଟିଆର ପଞ୍ଚାୟତ ଗୃହରେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।କୋଟିଆର ମୂଳ ଆଦିବାସୀ ଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ଫଗୁଣ ସିନେରି, ଫାଟୁ ସିନେରି ଯିବା ବାଟରେ ଜାନିଗୁଡା,  ମାଡକାରରେ ରହୁଥିବା ଆଦିବାସୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।

କୋଟିଆରେ ଜଳଛାୟା ପ୍ରକଳ୍ପ, ରାସ୍ଥାଘାଟ, ସ୍ୱାସ୍ଥ୍ୟ, ବିଦ୍ୟୁତକରଣ, ମୋବାଇଲ ନେଟୱର୍କ ସମସ୍ୟା, ପୋଲିସ ଷ୍ଟେସନ ପ୍ରତିଷ୍ଠା, ହେଲିପ୍ୟାଡର ନିର୍ମାଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି। ତେବେ କୋଟିଆକୁ ରାଜସ୍ବ ସଚିବ ଭାବେ ବିଷ୍ଣୁପଦ ସେଠୀ ଆସି ବୁଲି ଦେଖିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନର ଦମ୍ଭ ବୃଦ୍ଧି ପାଇଛି। ଲଗାତାର ଭାବେ ଆନ୍ଧ୍ର ପ୍ରଶାସନ କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରୟାସ କରୁଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ବ ସଚିବଙ୍କ ଏହି ଗସ୍ତ ଆନ୍ଧ୍ର ସରକାରଙ୍କ ଠାରେ ଛନକା ପସିଛି। ପୁର୍ବରୁ ଆରଡିସି ଆପାଙ୍ଗ‌ ଆଓ ଦୁଇ ଥର ଆସି କୋଟିଆରେ ଆସି ସମୀକ୍ଷା କରି ଫେରିଥିବା ବେଳେ ରାଜସ୍ବ ସଚିବଙ୍କ ଏହି ଗସ୍ତ କୋରାପୁଟ ପ୍ରଶାସନ ପ୍ରତି ଶୁଭଦାୟକ ହେବା ଆଶା କରାଯାଉଛି। ଆଜି ଲୋକଙ୍କ ସହ ସଚିବ ଆଲୋଚନା କଲାବେଳେ କୋଟିଆରେ ବହୁ ସମସ୍ୟା ରହିଥିବା ଜଣାପଡିଛି। ଲୋକଙ୍କୁ ଆବାସ ଘରଭଳି ମୌଳିକ ସୁବିଧା, ପାନୀୟଜଳ, ଜୀବନଧରଣ, ଗମନାଗମନ ସହ ଅନ୍ୟ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏନେଇ ରାଜସ୍ୱ ସଚିବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୫୦ କୋଟିଏରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି, ଜଳଛାୟା ପ୍ରକଳ୍ପ, ରାସ୍ଥାଘାଟ, ସ୍ୱାସ୍ଥ୍ୟ, ବିଦ୍ୟୁତକରଣ, ମୋବାଇଲ ନେଟୱର୍କ ସମସ୍ୟା, ପୋଲିସ ଷ୍ଟେସନ ପ୍ରତିଷ୍ଠା, ହେଲିପ୍ୟାଡର ନିର୍ମାଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟ ଓ ଭିତ୍ତିଭୂମିର ତଦାରଖ କରାଯାଇଛି । ଆଇଟିଡିଏ ଓ ଜିଲ୍ଲା ପ୍ରଶାସନର ପକ୍ଷରୁ ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଛି ସେଥିରେ ସନ୍ତୁଷ୍ଟ ରହିଥିବା କହିଛନ୍ତି । ରାଜ୍ୟସରକାର ସବୁବେଳେ କୋଟିଆ ସହ ରହିଛିନ୍ତି, ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କିପରି ହେବ ସେନେଇ ମୁଖ୍ୟମନ୍ତ୍ରୀ ଚେଷ୍ଟିତ ରହିଛନ୍ତି । ଏହି ଗ୍ରାମପୁଞ୍ଜରେ କିପରି ବିକାଶ ସାଧନ କରାଯିବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଯେତେବେଳେ ଏହି ପଛୁଆ ଅଞ୍ଚଳରେ ବିକାଶ ସାଧାନ ହେବ ସେତେବେଳେ ଲୋକେ ଆପେ ଓଡ଼ିଶାରେ ରହିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

The post କୋଟିଆରେ ରାଜସ୍ବ ସଚିବ ; ମଡକାର, କୋଟିଆ ଓ ଜାନିଗୁଡାରେଲୋକଙ୍କ ସହ ଆଲୋଚନା first appeared on Sambad.

from ଜିଲ୍ଲା | Sambad https://ift.tt/3kfUQAm