
ତୁଷୁରା : ଗୁଡ଼ଭେଲା ବ୍ଲକ୍ ତେନ୍ତୁଲିଖୁଣ୍ଟ ପଞ୍ଚାୟତ ଡୁଙ୍ଗୁରିପାଲିରେ ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ ଶାଗୁଆନ କାଠ ଜବତ କରିଛି। ଡୁଙ୍ଗୁରିପାଲିର କୈଳାସ ପ୍ରଧାନଙ୍କ ଘରେ ବେଆଇନ ଭାବେ ଶାଗୁଆନ କାଠ ଗଚ୍ଛିତ ଥିବା ଖବର ପାଇ ବନ ବିଭାଗର ମୋବାଇଲ ଟିମ୍ ଏସିଏଫ୍ ଏ.କେ. ବିଶିଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ବେଳେ ଘରେ ଥିବା ଏକଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ୨୩ ସିଏଫ୍ଟିର ଶାଗୁଆନ ସାଇଜ କାଠ, ଅନ୍ୟାନ୍ୟ କାଠ ସମେତ କାଠ ସାମଗ୍ରୀ ନିର୍ମାଣ ସରଂଜାମ ଜବତ କରାଯାଇଥିଲା।
ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ମୋବାଇଲ୍ ସ୍କ୍ବାଡ଼ର ସୁନୀଳ ମିଶ୍ର, ଫରେଷ୍ଟର ଚିତ୍ତରଂଜନ ଖମାରୀ, ଦେଓଗାଁ ରେଂଜ ଫରେଷ୍ଟର ଅଶ୍ବିନୀ ଥନାପତି, ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ, ଫରେଷ୍ଟଗାର୍ଡ଼ ବିପିନ ବିହାରୀ ଭୋଇ, ଆରତୀ ପ୍ରଧାନ, ଇତିଶ୍ରୀ ବଢ଼ିଆ, ମଧୁସ୍ମିତା ବେହେରା ପ୍ରମୁଖ ସାମିଲ ଥିଲେ।
The post ଲକ୍ଷାଧିକ ଟଙ୍କାର ବେଆଇନ ଶାଗୁଆନ କାଠ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3nu5LZl
0 Comments