ସମ୍ବଲପୁର : ସଦର ଡାକ୍ତରଖାନାରୁ ପୁଲିସ ହାତରୁ ଶନିବାର ରାତିରେ ଜଣେ ଯୁବକ ଖସିଯାଇଛି। ସଦର ପୁଲିସ ଜଣକୁ ଡାକ୍ତରଖାନା ଆଣିଥିବା ବେଳେ ସୁଯୋଗ ଦେଖି ଯୁବକ ଜଣକ ଫେରାର୍‌ ହୋଇଯାଇଥିଲା। କୌଣସି ଏକ ମାମଲାରେ ସମ୍ପୃକ୍ତି ଥିବା ନେଇ ଉକ୍ତ ଯୁବକକୁ ପୁଲିସ ଧରିଥିବା ଚର୍ଚ୍ଚା ହେଉଛି। ଫେରାର୍‌ ଯୁବକ ବିରୋଧରେ ଅନ୍ୟ ଥାନାରେ ମଧ୍ୟ ଏକାଧିକ ମାମଲା ଥିବା କହାଯାଉଛି।

ଅନ୍ୟପଟେ ଯୁବକ ଜଣକ ଡାକ୍ତରଖାନାରୁ ଫେରାର୍‌ ହୋଇଥିବା କଥାକୁ ସଦର ଥାନାଧିକାରୀ ଜ୍ୟୋତ୍ସ୍ନାରାଣୀ ବେହେରା ସ୍ବୀକାର କରିଥିଲେ, କିନ୍ତୁ ସେ ଆମ ଥାନାର କୌଣସି ମୁଦାଲା ନୁହେଁ ବୋଲି କହିଛନ୍ତି। ଯୁବକ ଜଣକ ଆହତ ହୋଇ ପଡ଼ିଥିଲେ, ପରିବାର ଲୋକେ ନଶୁଣିବାରୁ ଆମେ ଡାକ୍ତରଖାନା ଆଣି ଭର୍ତି କରିଥିଲୁ ବୋଲି ଥାନାଧିକାରୀ କହିଛନ୍ତି। ତେବେ ଉକ୍ତ ଯୁବକ ଜଣକ କାହିଁକି ଫେରାର୍‌ ହୋଇଗଲା ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ପୁଲିସ ହାତରୁ ଖସି ପଳାଇଲେ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/38KLYvS