ଖଲ୍ଲିକୋଟ: କାହାର ବଖରାଏ, ତ ଆଉ କାହାର ଦୁଇ ବଖରା ଘର। କିନ୍ତୁ ବିଦ୍ୟୁତ୍ ଶୁଳ୍କ ବିଲ୍ ଦେଖିଲେ ଆଖି ଖୋସି ହୋଇଯିବ। ଦୁଇଜଣ ଉପଭୋକ୍ତାଙ୍କୁ ୪ ଲକ୍ଷ ଟଙ୍କା ଓ ଜଣେ ଉପଭୋକ୍ତାଙ୍କୁ ୮ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ଲାଗି ବିଲ୍‌ ଆସିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଇଲାକାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଖଲ୍ଲିକୋଟ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧୀନରେ ଥିବା କେଶପୁର ପଞ୍ଚାୟତ ପାଟଣାସାହିର ବାସିନ୍ଦା କୃଷ୍ଣ ସାହୁଙ୍କ ବିଦ୍ୟୁତ୍ ବିଲ୍‌ ୮ଲକ୍ଷ ୪୬ହଜାର ୯୭ ଟଙ୍କା
ଆସିଛି। ‌ଗୋଟିଏ ବଖରାରେ ରହୁଥିବା କୃଷ୍ଣଙ୍କୁ ଏହି ବିଲ୍ ମିଳିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ସେହିପରି ଗ୍ରାମର ବାଉରୀ ମହାରଣାଙ୍କ ବିଜୁଳି ବିଲ୍ ୪ ଲକ୍ଷ ୧୫ ହଜାର ୨୧୨ ଓ ଧୋବା ବାରିକଙ୍କ ୪ ଲକ୍ଷ ୪୮ ହଜାର ଟଙ୍କା ଆସିଛି। ଖଲ୍ଲିକୋଟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ କିଶୋର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ନୂଆ ଏଜେନ୍ସିର ଭୁଲ୍ ଯୋଗୁଁ ଏଭଳି ଘଟିଛି। ତ୍ରୁଟିକୁ ମାସକ ଭିତରେ ସୁଧାରିବା ଦିଗରେ ପଦକ୍ଷେପ ନିଆଯିବ।

The post ବଖରାଏ ଘର, ବିଦ୍ୟୁତ୍ ବିଲ୍ ୮ ଲକ୍ଷ ଟଙ୍କା first appeared on Sambad.

from ଜିଲ୍ଲା | Sambad https://ift.tt/3tlt8Fn