
କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ଆସି ଫେରିଛନ୍ତି ଭାରତୀୟ କଫି ବୋର୍ଡ ଡେଭଲପମେଣ୍ଟ କମିଟିର ସଦସ୍ୟ। ସକାଳୁ ଆରକୁରେ ପହଞ୍ଚିବାପରେ ସ୍ଥଳପଥ ଦେଇ ଆରକୁରୁ କୋରାପୁଟକୁ ଆସିଥିଲେ। କଫିବୋର୍ଡ ପରିସରରେ କଫି ବଗିଚା ବୁଲି ଦେଖିବା ସହ କଫି ଚାଷୀଙ୍କ ସହ ଆଲୋଚନା କରି ଫେରିଛନ୍ତି। କୋରାପୁଟର ଜଳବାୟୁ କଫି ଚାଷ ପାଇଁ ଉତ୍କୃଷ୍ଟ ଥିବା ବେଳେ ଏହି କଫିକୁ କିପରି ବିଶ୍ୱ ଦରବାରରେ ପହଂଚାଯାଇପାରିବ, ସେଥିପାଇଁ ପ୍ରଚେଷ୍ଠା ଜାରି ରହିଥିବା ଭାରତୀୟ କଫି ବୋର୍ଡର ଅଧ୍ୟକ୍ଷ ଏମ ଏସ ବୋଜେ ଗୌଡ କହିଛନ୍ତି । କୋରାପୁଟ କଫି ବୋର୍ଡ ପରିସରରେ କରାଯାଇଥିବା କଫି ଚାଷକୁ ପରିଦର୍ଶନ କରିଥିଲେ ।
କୋରାପୁଟର ଆଦିବାସୀ ଓ କଫି ଚାଷୀମାନେ ଭବିଷ୍ୟତରେ ସୁବିଧା ପାଇପାରିବେ ସେଥିନିମନ୍ତେ ବୋର୍ଡରେ ଆଲୋଚନା କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି । ତାଙ୍କ ସହ ବୋର୍ଡର ଉପାଧକ୍ଷ ଡ. ଜି.ଏସ. ମହାବଳ, ଗବେଷଣା ନିର୍ଦ୍ଦେଶକ ଡ.ଏନ ସୂର୍ଯ୍ୟ ପ୍ରକାଶ ରାଓ, ଆନ୍ଧ୍ର ପ୍ରଦେଶ କଫି ବୋର୍ଡର ଡିଡିଇ ଜୟନ୍ତ ଘୋଷ, ଆନ୍ଧ୍ର କଫି ବୋର୍ଡର ଏସଏଲଓ ପି.ବିଷ୍ଣୁ ଓ ନାରସିପାଟନାମ ଆଞ୍ଚଳିକ କଫି ଗବେଷଣା କେନ୍ଧ୍ର ଡି.ସୁନୀଲ ବାବୁ ପ୍ରମୁଖ କୋରାପୁଟ ଗସ୍ତ କରିଥିଲେ। କଫି ବୋର୍ଡରେ ଓଡିଶାର ସଦସ୍ୟ ରଖିବାକୁ ପ୍ରସ୍ତାବ ଦିଆଯାଇଥିବା କୋରାପୁଟ ଜିଲ୍ଲା କଫି ଗ୍ରୋସ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ଏଥି ସହିତ କୋରାପୁଟରେ କଫି ଚାଷ ଉନ୍ନତି ପାଇଁ ଏକ ୧୬ଟି ବିନ୍ଦୁ ଭିତିକ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି । କୋରାପୁଟରେ ୨ଲକ୍ଷ ହେକ୍ଟର ଜମିରେ କଫି ଚାଷ କରାଯାଉଥିବା ବେଳେ କିପରି ଅଧିକ ପ୍ରଡକସନ ଓ ଚାଷୀମାନେ କିପରି ଲାଭାନ୍ୱୀତ ହେବେ ସେ ସଂପର୍କରେ ଆସିଥିବା ସଦସ୍ୟମାନେ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତନର ପ୍ରଭାବରୁ କୋରାପୁଟ ଜିଲ୍ଲାରେ କଫି ଚାଷକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଉପଯୁକ୍ତ ଯୋଜନା ଆବଶ୍ୟକ ବୋଲି କଫି ବୋର୍ଡର ଅଧ୍ୟକ୍ଷ ମତ ରଖିଛନ୍ତି । କୋରାପୁଟ କଫି ବୋର୍ଡର ଏସଏଲଓ ଉପେନ୍ଦ୍ର କୁମାର ସାହା,କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟର ଉପନିର୍ଦ୍ଦେଶକ ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
The post କୋରାପୁଟ ଆରବିକା କଫିର ସମୀକ୍ଷା କଲେ କଫିବୋର୍ଡ ଅଧ୍ୟକ୍ଷ first appeared on Sambad.from ଜିଲ୍ଲା | Sambad https://ift.tt/3kgd5FE
0 Comments