
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ଏଥିପାଇଁ ଆଜି ବୀରମହାରାଜପୁର ମିନି ଷ୍ଟାଡିୟମରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ ଭାବରେ ବିଭିନ୍ନ ଯାତୀୟ ପନିପରିବା ସାଙ୍ଗକୁ ନୂଆ ହାଣ୍ଡି, ସନିଆଧାନ, ନୂଆ ଧାନ କେଣ୍ଡା, କୁରେଇ ପତ୍ର , ମାନପତ୍ର ଖଲିଦନା, ନୂଆ ଚାଉଳ ସହିତ ଅଞ୍ଚଳରେ ବାଉଁସରୁ ତିଆରି କର୍ଡି ପାଇଁ ବହୁତ ଭିଡ଼ ଦେଖିବାକୁ ମିଳିଥିଲା।

ଅନ୍ୟ ବର୍ଷ ତୁଳନାରେ କପଡା ଦୋକାନ ମାନଙ୍କରେ ସେଭଳି ଭିନ ନଥିବା ଦୈଖିବାକୁ ମିଳିନଥିଲା। ସେଭଳି ଚାଷୀ ମାନଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିପାରୁନାହି । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପୁରା ବ୍ୟାଘାତ ଘଟିଛି । ଅନେକ ସ୍ଥାନରେ ଧାନ ରୁଆ ଓ ବେଉଷଣ ହୋଇପାରିନାହିଁ । ଅନେକ ସ୍ଥାନରେ ବର୍ଷା ଅଭାବରୁ ମାଟି ଫାଟି ଆଁ ହେଲାଣି । ଏଥିପାଇଁ ନୂଆଖାଇର ମଜା ନାହିଁ ବୋଲି ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ କହିଛନ୍ତି । କେବଳ ପରମ୍ପରା ହିସାବରେ ନୂଆଖାଇ ପର୍ବ ପାଳନ କରିବାକୁ ପଡୁଛି ବୋଲି କହିଛନ୍ତି ।
The post ନୂଆଖାଇ ପାଇଁ ଚଳଚଞ୍ଚଳ ବୀରମହାରାଜପୁର, ମରୁଡି ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ନାହିଁ ଉତ୍ସାହ first appeared on Sambad.from ଜିଲ୍ଲା | Sambad https://ift.tt/3E3CUAO
0 Comments