ଧର୍ମଶାଳା  : ଧର୍ମଶାଳା ଥାନା ଅଂଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଥିବା ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଆଇଟି ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତ ଭବାନୀପାଟଣା ଜୁନାଗଡ ଅଂଚଳର ଦେବେନ୍ଦ୍ର ବେହେରାକୁ ଆସନ୍ତାକାଲି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଦେବେନ୍ଦ୍ର ଜଣେ ସଂପର୍କୀୟାଙ୍କ ଅଶ୍ଳୀଳ ଭିଡିଓ ଉଠାଇ ତାଙ୍କୁ ବ୍ଲାକମେଲ୍ କରୁଥିଲା। ତା’ ସହିତ ସଂପର୍କ ନରଖିଲେ ଭିଡିଓ ଭାଇରାଲ୍ କରିଦେବ ବୋଲି ଧମକ ଦେଉଥିଲା। ହେଲେ ଯୁବତୀ ଏଥିରେ ରାଜି ନହେବାରୁ ଦେବେନ୍ଦ୍ର ଉକ୍ତ ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲା। ଏହା ଜଣାପଡିବା ପରେ ଯୁବତୀ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ୪୬୭/୨୧ନମ୍ବରରେ ଏକ ମାମଲା ରୁଜୁକରି ଦେବେନ୍ଦ୍ରକୁ କଳାହାଣ୍ତି ଜିଲ୍ଲା ଜୁନାଗଡରୁ ଉଠାଇ ଆଣିଥିଲା।

The post ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3luEpzn