
ଭବାନୀପାଟଣା : ଉତ୍କଳ ଆଲୁମିନା ଜୁଲମରେ ସୂର୍ଯ୍ୟଗଡ଼ବାସୀ ବେହାଲ ହୋଇପଡ଼ିଛନ୍ତି। ବିଭିନ୍ନ ଦାବି ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ରାୟଗଡ଼ା ଜିଲ୍ଲାରେ ୧୫ବର୍ଷ ଧରି ଆରମ୍ଭ ହୋଇଛି ଉତ୍କଳ ଆଲୁମିନା। କଳାହାଣ୍ଡି ଜିଲ୍ଲାର ସୂର୍ଯ୍ୟଗଡ଼ ଅଧିବାସୀମାନଙ୍କୁ ଏହି ଆଲୁମିନା ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଉଥିବା ଅଭିଯୋଗ ହୋଇଛି।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୂର୍ଯ୍ୟଗଡ଼ ଅଞ୍ଚଳ ରାୟଗଡ଼ା ଜିଲ୍ଲା ସୀମାକୁ ଲାଗିରହିଛି। ଏଠାକାର ସମସ୍ତ ଜମି ଉତ୍କଳ ଆଲୁମିନା ନେବା ସହ ପ୍ରତି ପରିବାରଙ୍କୁ ବାସଗୃହ ସମେତ ସମସ୍ତ ପ୍ରକାର ସୁବିଧା ଦେବା ଓ ସୂର୍ଯ୍ୟଗଡ଼ର ବେକାର ଯୁବକଙ୍କୁ ନିଯୁକ୍ତି ଦେବାପାଇଁ ଗ୍ରାମସଭାରେ ପ୍ରତିଶ୍ରୁତି ଦେଇଥିଲା। ଜଙ୍ଗଲ ଜମି ଅଧିକାର ବଳରେ ନିଜ ପୂର୍ବପୁରୁଷ ଛାଡ଼ି ଯାଇଥିବା ଜମିକୁ ଇତି ମଧ୍ୟରେ ସୂର୍ଯ୍ୟଗଡ଼ବାସୀ ହରେଇ ସର୍ବସ୍ୱାନ୍ତ ହୋଇଛନ୍ତି। ବର୍ତ୍ତମାନ ଉତ୍କଳ ଆଲୁମିନା ସୂର୍ଯ୍ୟଗଡ଼ବାସୀଙ୍କ ଦୁଃଖର କାରଣ ପାଲଟିଛି।
ଶୁକ୍ରବାର ସୂର୍ଯ୍ୟଗଡ଼ର ବେକାର ଯୁବକମାନେ ନିଯୁକ୍ତି ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ସୂର୍ଯ୍ୟଗଡ଼ବାସୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଜିଲ୍ଲାପାଳ ସୂର୍ଯ୍ୟଗଡ଼ବାସୀଙ୍କ ଦାବିକୁ କେତେଦୂର ଗୁରୁତ୍ବ ଦେଉଛନ୍ତି ସମସ୍ତେ ଅପେକ୍ଷା କରିଛନ୍ତି। ଗ୍ରାମବାସୀ ଓଡ଼ିଶା ହାଇକୋର୍ଟରେ ଏ ସମ୍ପର୍କରେ ଆବେଦନ କରିଥିଲେ ଓ ମାନ୍ୟବର ହାଇକୋର୍ଟ ବଫଳାମାଳି ଖଣି ଖନନ ଉପରେ ରହିତାଦେଶ ପ୍ରଦାନ କରିଥିଲେ। ଉତ୍କଳ ଆଲୁମିନା ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ଉପେକ୍ଷା କରି ଖଣି ଖନନ ଜାରି ରଖିଥିବା ସୂର୍ଯ୍ୟଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
The post ଉତ୍କଳ ଆଲୁମିନାର ଜୁଲମରେ ସୂର୍ଯ୍ୟଗଡ଼ବାସୀ ବେହାଲ first appeared on Sambad.from ଜିଲ୍ଲା | Sambad https://ift.tt/39y5LiE
0 Comments