ବାରିପଦା: ଯୁବପିଢ଼ୀଙ୍କୁ ଆକୃଷ୍ଟ କରିଥିବା ଟିଭିଏସ୍ କମ୍ପାନୀର ନୂତନ ମଡେଲର ମୋଟରସାଇକେଲ ଟିଭିଏସ ରାଇଡର ର ବାରିପଦା ବଜାର ପ୍ରବେଶ ହୋଇଛି । ବାରିପଦା ଆଲାଏଡ୍ ପକ୍ଷରୁ ୧୨୫ ସିସି ଇଞ୍ଜିନ୍ କ୍ଷମତାବିଶିଷ୍ଟ ଏହି ନୂତନ ମଡେ୍ଲରେ ଅତ୍ୟାଧୁନିକ ୩ ଭା୍ଲଭ ଟେକ୍ନୋଲୋଜି, ଜିପିଆରଏସ ବ୍ୟବସ୍ଥା ତଥା ମୋବାଇଲ କନେକ୍ଟିଭିଟି ବ୍ୟବସ୍ଥା ଉପଲବ୍ଧ ରହିଛି। ଯୁବବର୍ଗଙ୍କୁ ସୁହାଇଲା ଭଳି ଏରୋଡାଇନାମିକ୍ ଲୁକ୍, ଅଧିକ ମାଇଲେଜ ପାଇଁ ଇକୋପାୱାର ମୋଡ୍, ଅଧିକ ପିକଅପ (୧୧.୨ଏନ୍.ଏମ୍.) ବ୍ୟବସ୍ଥା ଥିବା ଏହି ଗାଡ଼ିର ଏକ୍ସ ସୋରୁମ୍ ମୂଲ୍ୟ ୮୮,୩୦୧ ଟଙ୍କା ରହିଥିବା ସୋରୁମ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ବ୍ଲୁଟୁଥ୍ ସିଷ୍ଟମ ସହିତ ମନୋ ସକ୍ଅବଜରବର, ହେଲମେଟ ରିମାଇଣ୍ଡର, ସାଇଡ ଷ୍ଟାଣ୍ଡ୍ ରିମାଇଣ୍ଡର ବ୍ୟବସ୍ଥା ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଆଲାଏଡ୍ ଟିଭିଏର ମ୍ୟାନେଜିଂ ପାର୍ଟନର ସୁବ୍ରତ କୁମାର ମହାପାତ୍ର ଆଶା ପ୍ରକଟ କରିଛନ୍ତି । ଏହି ଅବସରରେ ପ୍ରଥମ ବାଇକ ଗ୍ରାହକ ରୋହିତ କୁମାର ଦାସଙ୍କୁ ମ୍ୟାନେଜିଂ ପାର୍ଟନର ଶ୍ରୀ ମହାପାତ୍ର ଚାବି ହସ୍ତାନ୍ତର କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେଲ୍ସ ମ୍ୟାନେଜର ସତ୍ୟରଞ୍ଜନ ନନ୍ଦ, ସେଲ୍ସ ଏକ୍ସଜିକ୍ୟୁଟିଭ କଳିଙ୍ଗ ଗୋଚ୍ଛାୟତ, ପ୍ରଦୀପ ମହାନ୍ତ, ବିକ୍ରମ ବେହେରା, ଭବାନୀ ନାୟକ, ଲକ୍ଷ୍ମଣ କାରୁଆ, ସର୍ଭିସ ମ୍ୟାନେଜର ଅବିନାଶ ଦାସ, ସତ୍ୟଜିତ ନନ୍ଦୀ, ରବିନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

The post ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିବା ଟିଭିଏସ ରାଇଡର ର ବାରିପଦାରେ ବଜାର ପ୍ରବେଶ first appeared on Sambad.

from ଜିଲ୍ଲା | Sambad https://ift.tt/3oktNpM