ସମ୍ବଲପୁର : ଶୁକ୍ରବାର ବି ହୀରାକୁଦ ବନ୍ଧର ୨୮ଟି ଗେଟ୍ ଖୋଲା ରହିଛି। ତେବେ ଜଳପ୍ରବେଶ ହ୍ରାସ ପାଇବା ସହ ଜଳସ୍ତର କ୍ରମେ କମିବାରେ ଲାଗିଛି। ଶୁକ୍ରବାର ରାତି ୯ଟାବେଳେ ହୀରାକୁଦ ଜଳସ୍ତର ୬୨୮.୫୪ ଫୁଟ୍ ରହିଛି। ସେତିକିବେଳେ ଜଳଭଣ୍ଡାରକୁ ହାରାହାରି ୪,୧୪,୦୦୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୪,୮୩,୮୮୭ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।

ସେଥିରୁ ସ୍ପିଲ୍‌ୱେ’ର ୨୮ ଗେଟ୍ ଦେଇ ୪,୫୭,୨୯୬ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୨୩,୨୮୮ କ୍ୟୁସେକ୍‌, ବିଭିନ୍ନ କେନାଲ୍ ଦେଇ ୩,୦୨୧ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ଖଇରମାଳଠାରେ ୬ ଲକ୍ଷ ୩୮ ହଜାର କ୍ୟୁସେକ୍, ବରମୂଳରେ ୬ ଲକ୍ଷ ୩୪ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୬ ଲକ୍ଷ ୫୫ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩.୬୮ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧.୬୫ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

The post ହୀରାକୁଦ: ଆଜି ବି ୨୮ ଗେଟ୍ ଖୋଲା, ଜଳସ୍ତର ୬୨୮.୫୪ ଫୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3hJ9hez