ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁରେ ମଦ୍ୟପ ଘଟାଇଥିଲେ ଜଘନ୍ୟକାଣ୍ଡ। ଗାଁର ୧୮ବର୍ଷୀୟ ଯୁବକ କରୁଣା ଭୋଇଙ୍କ ମଳଦ୍ୱାରରେ ଷ୍ଟିଲ୍‌ଗ୍ଲାସ୍‌ ଭର୍ତ୍ତି କରିଦେଇଥିଲେ। ମଦ୍ୟପମାନେ ଏଭଳି ଅମାନବୀୟ କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। କରୁଣାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଗ୍ଲାସ୍‌ ନବାହାରିବାରୁ ଗତକାଲି ବୁର୍ଲା ଭିମସାରକୁ ପରିବାର ଲୋକେ ନେଇଥିଲେ।

ଶୁକ୍ରବାର ଭିମସାର ସର୍ଜରି ବିଭାଗର ଡାକ୍ତରୀ ଟିମ୍‌ ଏକ୍ସ-ରେ କରାଇବା ପରେ ଅସ୍ତ୍ରୋପ୍ରଚାର କରିଥିଲେ। ଅସ୍ତ୍ରୋପ୍ରଚାର ପରେ କରୁଣାଙ୍କ ମଳଦ୍ୱାରରୁ ଷ୍ଟିଲ୍‌ଗ୍ଲାସ୍‌ ବାହାର କରିବାରେ ସଫଳ ହୋଇଥିଲେ। ଅନ୍ୟପଟେ କରୁଣା କିଂବା ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଦାଖଲ କରାଯାଇନି। ବନ୍ଧପଡ଼ା ପୁଲିସ ନିଜ ପଟୁ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଗାଁକୁ ପୁଲିସ ଟିମ ଯାଇ ସବିଶେଷ ଘଟଣା ଉପରେ ପଚରାଉଚରା କରିଛନ୍ତି। ତଦନ୍ତ ପରେ ହିଁ ସବୁ କଥା ଜଣାପଡ଼ିବ।

The post ଯୁବକଙ୍କ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍‌ଗ୍ଲାସ୍‌, ଭିମସାର ଡାକ୍ତରୀ ଟିମ୍‌ କଲେ ଅସ୍ତ୍ରୋପଚାର first appeared on Sambad.

from ଜିଲ୍ଲା | Sambad https://ift.tt/3Ci5egY