
ସମ୍ବଲପୁର : ବୁଧବାର ହୀରାକୁଦର ଆଉ ୨ଟି ଗେଟ୍ ଖୋଲା ଯାଇଛି। ଦିନ ତମାମ ଜଳସ୍ତର ସର୍ବୋଚ୍ଚ ୬୩୦ ଫୁଟ୍ରେ ସ୍ଥିର ଥିଲାବେଳେ ଯେତିକି ପାଣି ଆସୁଛି ସେତିକି ନିଷ୍କାସିତ କରାଯାଉଛି। ବୁଧବାର ରାତି ୯ଟାବେଳେ ଜଳଭଣ୍ଡାରକୁ ହାରାହାରି ୬୮,୧୩୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସ୍ପିଲ୍ୱେର ଖୋଲା ଥିବା ୩ଟି ଗେଟ୍ ଦେଇ ୩୭,୪୮୩ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୨୬,୦୫୭ କ୍ୟୁସେକ୍, ବରଗଡ଼ କେନାଲ୍ ଦେଇ ୩୫୬୧ କ୍ୟୁସେକ୍, ଶାସନ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୧୮ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୭.୬୮ ମିଲିମିଟର୍ ଓ ତଳ ମୁଣ୍ଡରେ ୧.୪୩ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
The post ହୀରାକୁଦର ୩ ଗେଟ୍ ଖୋଲିଲା first appeared on Sambad.from ଜିଲ୍ଲା | Sambad https://ift.tt/2Y0aTtk
0 Comments