ଆନନ୍ଦପୁର  : ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖା‌ ଯାଇଥିବାବେଳେ ବିଭାଗୀୟ ଦାୟିତ୍ବହୀନତାପାଇଁ ଆନନ୍ଦପୁରରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ସିରିଞ୍ଜ ନଥିବାରୁ ଲୋକମାନେ ଟିକାନେବାକୁ ଆସି ଘଣ୍ଟାଘଣ୍ଟା ଅପେକ୍ଷା କରିବାପରେ ନିରାଶରେ ଫେରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ସିରିଞ୍ଜ ନଥିବାରୁ ଟିକାନେବାକୁ ଆସିଥିବା ଲୋକମାନେ ବୁଧବାର ଆସିବାକୁ ପରାମର୍ଶ ଦିଆଯାଇଥିଲା। ସେହିଅନୁସାରେ ଦୂରଦୂରାନ୍ତରୁ ଲୋକମାନେ ଗାଡି ଭଡ଼ାକରି ଆସି ଟିକା ନେବାକୁ ପହଞ୍ଚିଥିଲେ। ସିରିଞ୍ଜ ପହଞ୍ଚି ନଥିବାରୁ ଲୋକମାନେ ଧାଡ଼ିରେ ଅପେକ୍ଷା କରି ଶେଷରେ ଫେରି ଯାଇଥିଲେ। ଆଜି ଅପରାହ୍ଣରେ ସିରିଞ୍ଜ ଓ ଟିକା ଆସିଥିବାବେଳେ ଆସନ୍ତାକାଲିଠାରୁ ସ୍ବାଭାବିକ୍ ଭାବେ ଟିକାକରଣ ଆରମ୍ଭ ହେବ ବୋଲି ହସପିଟାଲ ମ୍ୟାନେଜର ଅବିନାଶ ଧଳ ପ୍ରକାଶ କରିଛନ୍ତି।

The post ସିରିଞ୍ଜ ନାହିଁ; ଟିକାପାଇଁ ଲୋକେ ଭକୁଆ first appeared on Sambad.

from ଜିଲ୍ଲା | Sambad https://ift.tt/3BxYbRc