
ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ମହୁଲଡ଼ିହା ଥାନା ଶାଳଚୁଆ ଘାଟିରେ ଅଟୋ ଓଲଟି ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆନନ୍ଦପୁର ଥାନା ପଣସଡ଼ିହା ଗ୍ରାମର ପ୍ରଭାତ ପୂର୍ତ୍ତି ନିଜର ୯ଜଣ ସମ୍ପର୍କୀୟଙ୍କୁ ଧରି ଏକ ଅଟୋରେ ଝିଅଘର କାଠକଟାକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଶାଳଚୁଆ ଘାଟିରେ ଅଟୋର ବ୍ରେକ୍ ନଧରିବାରୁ ଗାଡିଟି ତଳକୁ ଓଲଟଇ ପଡ଼ିଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କ ମଧ୍ୟରୁ ଆହତ ୬ ଜଣଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ମହୁଲଡ଼ିହା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ୍ କରି ଘଟଣାର ତଦନ୍ତ କରୁଛି।
The post ଅଟୋ ଓଲଟି ୬ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3ABlrNY
0 Comments