
କୋମନା : ଲୋୟର ଇନ୍ଦ୍ର ପ୍ରକଳ୍ପର କ୍ଷତିଗ୍ରସ୍ତ ପରିବାର ବୁଧବାର ୭ଘଣ୍ଟା ଧରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ବିଲେନଯୋର ଛକ ପାଖରେ ଏନ୍ଏଚ୍ ଅବରୋଧ କରିଛନ୍ତି। ଅଭିଯୋଗ ଅନୁସାରେ, ବିସ୍ଥାପିତ ପରିବାରଙ୍କୁ ଅନ୍ୟତ୍ର ରହିବାକୁ ଆଜି ପର୍ଯ୍ୟନ୍ତ ଘରଟିଏ ମିଳିପାରୁନାହିଁ। ନିଜ ହକ୍ ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆ ଯାଉନଥିଲା। ଏଥିପାଇଁ ଗତ ଅଗଷ୍ଟ ମାସ ୧୮ ତାରିଖରେ ଶତାଧିକ ବିସ୍ଥାପିତ ପରିବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇତିମଧ୍ୟରେ ସେମାନଙ୍କ ଦାବିକୁ ଗୁରୁତ୍ବ ଦିଆନଯିବାରୁ ବୁଧବାର ଶହ ଶହ ବିସ୍ଥାପିତ ଏକଜୁଟ ହୋଇ ହାତରେ ପ୍ଲାକାର୍ଡ ଧରି ରାସ୍ତା ଅବରୋଧ କରିଥିଲେ।
ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ତରଣୀସେନ ନାଏକ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲେ। ୧୫ଦିନ ଭିତରେ ତଦନ୍ତ କରି ସରକାରୀ ନିୟମ ଅନୁସାରେ ପଦକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିସ୍ଥାପିତମାନେ ଆନ୍ଦୋଳନରୁ ଓହରିଥିଲେ। ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଥିଲା।
The post ବିସ୍ଥାପିତଙ୍କ ଜାତୀୟ ରାଜପଥ ଅବରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3zxOH73
0 Comments