ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଭ୍ରୂଣହତ୍ୟା ଘଟଣା ପୁଣି ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି। ୨୦୦୭ ମସିହା ଭଳି ଭ୍ରୂଣହତ୍ୟା ନେଇ ନୟାଗଡ଼ ଯେଭଳି ରାଜ୍ୟ ତଥା ଦେଶ‌ରେ ଆଉଥରେ ବଦ୍‌ନାମ୍‌ ନ ହୁଏ, ସେଥିନେଇ ସଭିଏଁ ତତ୍ପର ହୋଇ ଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଟାଉନ ଥାନା ପୁଲିସ ଆଜି ଜଣେ ସନ୍ଦିଗ୍ଧ ନକଲି ଡାକ୍ତର ତଥା ଦଲାଲ ବିଶ୍ବନାଥ ଘଡ଼େଇଙ୍କୁ ଉଠାଇ ନେଇଛି।

ଶ୍ରୀ ଘଡ଼େଇଙ୍କ ଦୀର୍ଘଦିନ ଧରି ବିଶ୍ବନାଥ ନୟାଗଡ଼ରେ ରହି ବେଆଇନ ଭାବେ ଗର୍ଭପାତ, ଅଲଟ୍ରାସାଉଣ୍ଡ୍‌ ଆଦି କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି। ଏନେଇ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏଡିପିଏଚ୍‌ଓ ଡ. ସୁଭାଷ ଚନ୍ଦ୍ର ପଟ୍ଟନାୟକ ଟାଉନ ଥାନାରେ ଏତଲା ଦେଇଛନ୍ତି। ଯାହାକୁ ନେଇ ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଶ୍ରୀ ଘଡ଼େଇଙ୍କୁ ପଚରାଉଚରା କରିବାକୁ ଅଟକ ରଖିଥିବା ଜଣାପଡ଼ିଛି। ଏପରିକି ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ସହ ଆସନ୍ତାକାଲି ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି।

The post ଭ୍ରୂଣହତ୍ୟା ଘଟଣା: ନକଲି ଡାକ୍ତରଙ୍କୁ ଉଠାଇ ନେଲା ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/2WLkh41