ଦଶରଥପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକାଧିକ ବ୍ୟବସାୟ ପ୍ରତିଷ୍ଠାନକୁ ପୋଡ଼ିଦେଲେ। ଅନେକ ଦୋକାନରୁ ବାରମ୍ବାର ଚୋରି ହେବାପରେ ମଧ୍ୟ ମଙ୍ଗଳପୁର ଥାନା ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏନେଇ ଯାଜପୁର ଏସ୍‌ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦଶରଥପୁର ବ୍ଲକ ପାରିପଦା ବଜାରର ବ୍ୟବସାୟୀ। ପ୍ରଶାନ୍ତ ସାହୁ ଓ ଆଉ କେତେଜଣ ବ୍ୟବସାୟୀଙ୍କ ଦୋକାନରେ ଗତ ଜୁନ୍ ୨୮ ତାରିଖ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ପ୍ରଥମେ ପ୍ରଶାନ୍ତ ସାହୁଙ୍କ ନିଆଁ ଲଗାଇ ଦେଇଥିଲେ। ଲକ୍ଷାଧିକ ଟଙ୍କାର ସମାଗ୍ରୀ ଓ ନଗଦ ଟଙ୍କା ପୋଡ଼ିଯାଇଥିଲା। ଏହି ଦୋକାନ ପୋଡ଼ି ଘଟଣାର ମାତ୍ର କେତେ ମାସ ପରେ ପୁଣି ଦୁର୍ବୃତ୍ତମାନେ ଗତ ୭ ତାରିଖ ବିଳମ୍ବିତ ରାତ୍ରିରେ ପ୍ରଶାନ୍ତ ଓ ବଜାରର ଅନ୍ୟ ଦୁଇ ଦୋକାନର କବାଟ ଭାଙ୍ଗି ନଗଦ ଟଙ୍କା ଓ ସାମଗ୍ରୀ ଚୋରି କରିନେଇଥିଲେ।

ଏ ସଂକ୍ରାନ୍ତରେ ବ୍ୟବସାୟୀଙ୍କ ପକ୍ଷରୁ ପ୍ରଶାନ୍ତ ମଙ୍ଗଳପୁର ଥାନାରେ ଲିଖିତ ଅଭିଯାଗ କରିଥିଲେ। ମଙ୍ଗଳପୁର ପୁଲିସ୍ ତଦନ୍ତ ଆରମ୍ଭ କରି ଗୋଟିଏ ଶାବଳ ଜବତ କରିଥିଲା। ଗିରଫ କରିବା ଦୂରେ ଥାଉ, କୌଣସି ଅଭିଯୁକ୍ତ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ଏହାର ପ୍ରତିବାଦରେ ଆଜି ପାରିପଦା ବଜାରର ବ୍ୟବସାୟୀ ନିରାକାର ସାହୁ, ରବୀନ୍ଦ୍ର ବାରିକ, ପ୍ରଶାନ୍ତ ସାହୁ, ସୁଜନ କୁମାର ସାହୁ, ଉମାକାନ୍ତ ସାହୁ, ରାଖେଲ ସାହୁ, ଲିଟନ ସାହୁ, ମୁକ୍ତିକାନ୍ତ ସାହୁ, ପର୍ଶୁରାମ ସାହୁ, ସୁନୀଲ କୁମାର ସାହୁ, ସୁବାସ ସାହୁ, ମୁନା ସାହୁ ପ୍ରଭୃତି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

The post ଦୋକାନରୁ ବାରମ୍ବାର ଚୋରି; ଏସପିଙ୍କୁ ଭେଟିଲେ ବ୍ୟବସାୟୀ first appeared on Sambad.

from ଜିଲ୍ଲା | Sambad https://ift.tt/3E4m8AI