ଗୁଣପୁର : ମାଓନେତା ସବ୍ୟସାଚୀ ପଣ୍ଡା ସୋମବାର ବ୍ରହ୍ମପୁର ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ଗୁଣପୁର ପହଞ୍ଚି ସ୍ଥାନୀୟ କୋର୍ଟରେ ହାଜର ହୋଇଛନ୍ତି।

ସୋମବାର ଏଡିଜେ କୋର୍ଟ ଏବଂ ସବଜଜ୍ କୋର୍ଟରେ ୫ଟି ଲେଖାଏଁ ମାମଲାର ବିଚାର ଥିଲା। ତେବେ ଉକ୍ତ ମାମଲା ଗୁଡ଼ିକରେ କୌଣସି ସାକ୍ଷୀ ଉପସ୍ଥିତ ହୋଇନଥିବାରୁ ବିଚାର ହୋଇପାରି ନଥିଲା। ଅନ୍ୟପକ୍ଷରେ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଦୁଇଟି କୋର୍ଟରେ ସବ୍ୟସାଚୀଙ୍କ ଜାମିନ ମଞ୍ଜୁର ନିମନ୍ତେ ଆଜି ଆବେଦନ କରିଥିଲେ।

ସୂଚନା ଅନୁସାରେ, ସବ୍ୟସାଚୀଙ୍କ ନାମରେ ଗୁଣପୁରର ୩ଟି କୋର୍ଟରେ ମୋଟ ୧୬ଟି ମାମଲା ବିଚାରାଧୀନ ରହିଛି। ଗତବର୍ଷ ଜାନୁଆରି ମାସ ୯ ତାରିଖ ପର ଠାରୁ କରୋନା ଜନିତ କଟକଣା ଯୋଗୁ ତାଙ୍କୁ କୋର୍ଟରେ ହାଜର କରାଯାଇ ପାରିନଥିଲା ବୋଲି ସବ୍ୟସାଚୀଙ୍କ ଓକିଲ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

The post କୋର୍ଟରେ ହାଜର ହେଲେ ସବ୍ୟସାଚୀ, ସାକ୍ଷୀଙ୍କ ଅନୁପସ୍ଥିତି ଯୋଗୁ ହୋଇପାରିଲାନି ବିଚାର first appeared on Sambad.

from ଜିଲ୍ଲା | Sambad https://ift.tt/3abjGva