
ସୋନପୁର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଷଡ୍ଯନ୍ତ୍ରକାରୀକୁ ଗିରଫ, ଏହି ଘଟଣାର ସିବିଆଇ ତଦନ୍ତ ଏବଂ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ସହଯୋଗ କରି ଆସୁଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବୁଧବାର ସ୍ବେଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ପ୍ରଦାନ କରାଯାଇଛି।
ଏହି ଘଟଣାରେ ପରିବର୍ତ୍ତନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଘଟଣାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି। ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକଙ୍କ ନେତୃତ୍ବରେ ବ୍ୟାସଦେବ ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ବାପି ଦାଶ, ଆଲୋକ ମଲ୍ଲିକ, ସୁରେଶ ପାତ୍ର, ରାଜେଶ ଷଡ଼ଙ୍ଗୀ, କେଶବ ସାହୁ, ବିଭୁଦତ୍ତ ମହାପାତ୍ର ପ୍ରମୁଖ ଏଥିରେ ସାମିଲ ଥିଲେ।
The post ମମିତା ମେହେର ହତ୍ୟା ଘଟଣା: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପତ୍ତଳିକା ଦାହ first appeared on Sambad.from ଜିଲ୍ଲା | Sambad https://ift.tt/3C05AJB
0 Comments