
ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଆଜି ଅପରାହ୍ଣ ୩ ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାବେହାରୁ ବରଗୋଡ଼ା ମହାପୁଷ୍କରିଣୀର ହିଡ଼ ଭାଙ୍ଗି ପ୍ରାୟ ୪ ଏକର ଜମିରେ ବାଲିଚର ମାଡ଼ି ଯାଇଛି। ହରିଚନ୍ଦନପୁର ପାଞ୍ଚାୟତ ବରଗୋଡ଼ା ଗ୍ରାମରେ ଚଳିତ ବର୍ଷ ମନେରଗା ଯୋଜନାରେ ମହାପୁଷ୍କରିଣୀ ନିର୍ମାଣ କରାଯାଇଥିଲା। ଅପରାହ୍ଣରେ ପ୍ରବଳ ବର୍ଷା କାରଣରୁ ପୂର୍ବ ଦିଗରେ ଥିବା ହିଡରେ ୨୫ ଫୁଟ ଓସାରର ଏକ ବଡ ଘାଇ ସୃଷ୍ଯି ହୋଇଛି । ମହାଷ୍କରିଣୀର ପାଣି ଯାଇ ତଳେ ଥିବା ୪ ଏକର ଚାଷ ଜମିରେ ବାଲିଚର ମାଡ଼ି ଯାଇଛି। ଗ୍ରାମର ବାବୁଲା ନାଏକ, ଗୋବର୍ଦ୍ଧନ ନାଏକ, ରମା ନାଏକ, ଚତୁର୍ଭୁଜ ନାଏକ, ବସନ୍ତ ସାହୁ, ମିଥୁନ ନାଏକ, କୃଷ୍ଣ ନାଏକ, ଗକୁଳ ନାଏକ, ପଞ୍ଚାନନ ନାଏକ ପ୍ରମୁଖଙ୍କ ଜମି ବାଲିଚର ହୋଇଯାଇଛି।
ମନରେଗା ଯୋଜନାରେ ୯ ଲକ୍ଷ ଏବଂ ଜିଜିୱାଇ ଯୋଜନାରେ ୩ ଲକ୍ଷ (ମୋଟ ୧୨ ଲକ୍ଷ ) ଟଙ୍କା ବ୍ୟୟରେ ଏହି ମହାଷ୍କରିଣୀ ନିର୍ମାଣ କରାଯାଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁଁ ଗ୍ରାମର ବର୍ଷା ପାଣି ସବୁ ପୋଖରୀ ଭିତରକୁ ପଶି ଯିବାରୁ ମହାଷ୍କରିଣୀର ହିଡ ଭାଙ୍ଗିଯାଇଥିବା ଗ୍ରାମରେ ଆଲୋଚନା ହେଉଛି । ମହାପୁସ୍କରଣୀର ହିଡ ଭାଙ୍ଗିଯିବାରୁ ଏହାର ତଳ ଭାଗରେ ଯାଇଥିବା ଦୈତାରୀ – ବାଂଶପାଣି ରେଳ ପଥର ସିଗନାଲ କେବୁଲ ଧୋଇ ହୋଇଯାଇଛି । ତେବେ ବାଲିଚର ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।
The post ପ୍ରବଳ ବର୍ଷାରେ ବରଗୋଡ଼ା ମହାପୁଷ୍କରିଣୀ ହିଡ ଭାଙ୍ଗିଲା, ୪ ଏକର ଜମିରେ ବାଲିଚର first appeared on Sambad.from ଜିଲ୍ଲା | Sambad https://ift.tt/3BocDeH
0 Comments