
ସମ୍ବଲପୁର : ସମ୍ବଲପୁର ମହାନଗରର ବ୍ୟସ୍ତବହୁଳ ଜାଗା ମଧ୍ୟରେ ଜିଏମ୍ କଲେଜ ଛକ ଅନ୍ୟତମ। ଅନେକ ଲୋକ ଏହାକୁ ଚର୍ଚ୍ଚ ଛକ ମଧ୍ୟ କହନ୍ତି। ରାସ୍ତା ମଝିରେ ଏକ ବଡ଼ ଖାଲ ହୋଇଯାଇଥିଲା। ଯାତାୟାତ ବେଳେ ବଡ଼ ସମସ୍ୟା ହେଉଥିଲା। ନିୟମିତ ଦୁର୍ଘଟଣା ବି ଘଟୁଥିଲା। ସରକାରୀ ବାବୁ ନିତିଦିନ ଏହି ରାସ୍ତାରେ ଯାତାୟାତ କରୁଥିଲେହେଁ କାହାରି ନଜର ପଡ଼ୁନଥିଲା। ନଜର ପଡ଼ିଲେ ବି ଚୁପ୍ ରହିଥିଲେ। ଏଭଳି ସ୍ଥିତି ଏହି ଛକରେ ନିୟୋଜିତ ପୁଲିସ କର୍ମଚାରୀମାନେ ଦୁଇ ଦିନ ତଳେ ନିଜେ ମରାମତି କରିବାକୁ ଆଗେଇ ଆସିଥିଲେ। ପୁଲିସର ଏହି କାମକୁ ସହରବାସୀ ପ୍ରଶଂସା କରୁଛନ୍ତି।
The post ଶୋଇଛି ପ୍ରଶାସନ, ରାସ୍ତା ମରାମତି କଲା ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/2YZxOpi
0 Comments