
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ରଜବନ୍ଧୁ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ପାଇକରାୟ (୫୭)ଙ୍କ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ମସ୍ତିଷ୍କାଘାତରେ ଅକ୍ରାନ୍ତ ହୋଇ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ଝିଅ ରାନୀଙ୍କ ସମେତ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ।
ସ୍ବର୍ଗତ ପାଇକରାୟଙ୍କ ଘର ହରିଚନ୍ଦନପୁର ବ୍ଲକ୍ ବଡ଼ପଳାଶପାଳ ଗ୍ରାମରେ। ତାଙ୍କ ମୃତ୍ୟୁ ଖବର ପାଇ ଗ୍ରାମବାସୀଙ୍କ ସମେତ ବ୍ରଜବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମିୟ ପ୍ରସାଦ ମହାନ୍ତ ଓ ସମସ୍ତ କର୍ମଚାରୀ, ହରିଚନ୍ଦନପୁର ଗୁଡ୍ମର୍ଣ୍ଣିଂ ୱାର୍କସ କ୍ଲବ୍ ସଭାପତି ବସନ୍ତ କୁମାର ପୃଷ୍ଟି, ହରିଚନ୍ଦନପୁର ହାଇସ୍କୁଲ୍ର ପୁରାତନ ଛାତ୍ର ସଂସଦର ସମସ୍ତ ସଦସ୍ୟ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାନ୍ତି, ଘସିନାଥ ପାଇକରାୟ, ଜିଲ୍ଲା ପରିଷଦ ସଭ୍ୟ ଅମର କୁଅଁର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସ୍ବର୍ଗତ ପାଇକରାୟଙ୍କ ପତ୍ନୀଙ୍କ ଅକାଳ ବିୟୋଗ ଘଟିଥିଲା। ତାଙ୍କ ଶେଷକୃତ୍ୟ ପୁରୀର ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ପୁତୁରା ସୌମ୍ୟରଂଜନ ମୁଖାଗ୍ନି ଦେଇଥିଲେ।
The post ବ୍ରଜବନ୍ଧୁ ମହାବିଦ୍ୟାଳୟର ପ୍ରାଧ୍ୟାପକଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3pcoARC
0 Comments