ବାଲିଅନ୍ତା: ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ଭାରତୀୟ ନୌସେନା ଓ ଓଡ଼ିଶା ଭେଟରାନ୍ସ କଲେଜ ତଥା ପ୍ରାଚୀପ୍ରଜ୍ଞା ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଦେଇ ପ୍ରବାହିତ ପ୍ରାଚୀନଦୀରେ ଏକ ସମୂହ ନୌବିହାର କାର୍ଯ୍ୟକ୍ରମ ଅନୁଷ୍ଠୁତି ହୋଇଥିଲା। ପୂର୍ବାହ୍ନରେ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ନିକଟରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରମୁଖ ପହଞ୍ଚିଥିଲେ। ସେଠାରେ ନିକୁଞ୍ଜବିହାରୀ ମନ୍ଦିର କମିଟି ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଡଙ୍ଗାକୁ ବନ୍ଦାପନା କରାଯାଇଥିଲା। ରାମଚନ୍ଦ୍ରପୁର କାଜ ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ସେଠାରେ ନଦୀ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ନୌକା ଚଳାଇବା ସମ୍ଭବ ହୋଇନଥିଲା। ଏହାପରେ ଦୁଦୁରାବସ୍ତ ହନୁମାନ ମନ୍ଦିର ନିକଟ ଅଞ୍ଚଳରେ ପହଞ୍ଚି ନୌକା ପକାଇଥିଲେ। ମାତ୍ର ଉକ୍ତ ସ୍ଥାନରେ ପାଣିର ପରିମାଣ ଖୁବ କମ ଥିବାରୁ ନୌକା ବିହାର କରିବା ସମ୍ଭବ ହୋଇନଥିଲା।

ପ୍ରାଚୀ ନୌକାବିହାର ପ୍ରୟାସ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ପୁରୋଧା ବିଶ୍ବରଞ୍ଜନ ରଥଙ୍କ ସୂଚନା ଅନୁଯାୟୀ ନୌକା ବିହାର ଆଳରେ ପ୍ରାଚୀ ନଦୀକୁ ପୁନରୁଦ୍ଧାର କରିବା ସହ ଚିରସ୍ରୋତା କରିବା ନେଇ ଜନ ସାଧାରଣ ତଥା ସରକାରଙ୍କୁ ସଚେତନ କରାଇବା ହେଉଛି କାର୍ୟ୍ୟକ୍ରମର ମୁଖ୍ୟ ଲକ୍ଷ ଆଉ ଉଦ୍ଦେଶ୍ୟ ।ଏହି ପରିପ୍ରେକ୍ଷୀରେ ସେ ଆହୁରି ସୂଚନା ଦେଇ କହିଥିଲେ ସାନମୁଣ୍ଡଳୀ ଠାରୁ ଶୁଭାରମ୍ଭ ହୋଇଥିବା ନୌକାବିହାର ଅସ୍ତରଙ୍ଗ ବେଲେଶ୍ବର ନିକଟରେ ଆସନ୍ତାକାଲି ଉଦଯାପିତ ହେବ ବୋଲି ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ନୌବିହାର କାର୍ଯ୍ୟସୂଚୀ ଅନୁଯାୟୀ ଗରଗରା, ଚିତ୍ତଳପୁର,ଖଣ୍ଡିଆରୀପୁର, ପ୍ରତାପରୁଦ୍ରପୁର ବନବିହାରୀ ମଠ , ବାଇରୋଇ, ଅନ୍ଧ କପିଳେଶ୍ବର, ନୂଆଗାଁ,ଶୋଭନେଶ୍ବର, ମୁସିବାବା ମଠ,ନିଆଳି ମାଧବ,ନୟାହାଟ,ରାମେଶ୍ବର ମନ୍ଦିର,ପାଣିଛତ୍ର ବ୍ରିଜ,ତୁଳାମାଳ,କାକଟପୁର କଲେଜ,ମଙ୍ଗଳା ମନ୍ଦିର,ଦେଉଳି ମଠ, ନାଶିକେଶ୍ବର ମଠ, ବାଙ୍ଗୁରିଗାଁ,ସିରେଇ ଆଦି ଅଞ୍ଚଳ ଦେଇ ଅସ୍ତରଙ୍ଗ ବେଲେଶ୍ବର ମନ୍ଦିର ନିକଟରେ ନୌବିହାର କାର୍ୟ୍ୟକ୍ରମ ଶେଷ ହେବ। ଉପରୋକ୍ତ ଆଦି ସ୍ଥାନରେ ନୌବିହାର ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୌକାକୁ ବନ୍ଦାପନା କରାଯିବା କାର୍ୟ୍ୟକ୍ରମ ରହିଥିବା ଜଣାପଡ଼ିଛି। ପ୍ରାଚୀ ବଞ୍ଚାଅ ଅଭିଯାନରେ ସାମିଲ ହୋଇଥିବା ଅନୁଷ୍ଠାନଗୁଡ଼ିକ ହେଲେ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ,ପ୍ରାଚୀ ସୁରକ୍ଷା ସମିତି,କାକଟପୁର ଓ ପ୍ରାଚୀ ପ୍ରଜ୍ଞା ପରିଷଦର ସମସ୍ତ କାର୍ୟ୍ୟକର୍ତ୍ତାବୃନ୍ଦ ସହଯୋ

The post ଭାରତୀୟ ନୌସେନା ପକ୍ଷରୁ ପ୍ରାଚୀ ନଦୀରେ ନୌବିହାର first appeared on Sambad.

from ଜିଲ୍ଲା | Sambad https://ift.tt/3mYBEXO