ବାରିପଦା: ମୟୂରଭଞ୍ଜ ଜିଲା କୃଷି ବିଭାଗ ଅଧୀନରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲା କୃଷି ଅଧିକାରୀଙ୍କ ଜରିଆରେ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ସମ୍ପୃକ୍ତ ଡାଟା ଅପରେଟରମାନଙ୍କୁ କାର୍ଯ୍ୟରୁ ଅନ୍ତର ନ କରିବା ପାଇଁ ଦାବି ହୋଇଛି। ସେମାନେ ଦାବିପତ୍ରରେ ପରଠାରୁ କାର୍ଯ୍ୟରୁ ଅନ୍ତର କରିବା ନେଇ ଖବର ପାଇବା ପରେ ସେମାନେ ଦୁଶ୍ଚିନ୍ତାରେ ଦିନ ଗଣୁଛନ୍ତି।

୯ମାସ ଧରି କୃଷକଙ୍କ ପାଇଁ ଏନଇକିପି-ଏ, ବିଜିଆର୍‌ଆଇ, ଟିଆର୍ଏଫ୍,ଉଲ୍ଲେଖ କରିଛନ୍ତି ଯେ, ଏନ୍‌ଇଜିପିଏ ଅଧୀନରେ କାର୍ଯ୍ୟ କଟୁଥୁବା ଅପରେଟରମାନଙ୍କୁ ଅକ୍ଟୋବର ୧୫ ପରଠାରୁ କାର୍ଯ୍ୟରୁ ଅନ୍ତର କରିବା ନେଇ ଖବର ପାଇବା ପରେ ସେମାନେ ଦୁଶ୍ଚିନ୍ତାରେ ଦିନ ଗଣୁଛନ୍ତି। ୯ମାସ ଧରି କୃଷକଙ୍କ ପାଇଁ ଏନଇଜିପି-ଏ,ବିଜିଆର୍‌ଆଇ, ଟିଆର୍ଏଫ୍, ଏସ୍ଏଫ୍ଏସ୍ଏମ୍, ପିଏମ୍ କିଷାନ, ଏଡିଏପିଟି, କାଳିଆ, ବଳରାମ, ଇ-ରୋଗ ପୋକ ପରିଚାଳନା, ଇ-ମେଲ, କୃଷକ ଓଡ଼ିଶା ଡାଟାବେସ୍ ଆଦି ଯୋଜନାର ସମସ୍ତ ଡାଟା ପ୍ରସ୍ତୁତ କରି ଇ-ସେବା ଯୋଗାଇ ଆସୁଛନ୍ତି।

ସେହିପରି କରୋନା ସମୟରେ ନିଃସ୍ୱାର୍ଥପର ସେବା ଯୋଗାଇଥିବା ବେଳେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ବଳ୍ପ ଦରମାରେ ନିଯୁକ୍ତି ପାଇଥିବା ସାମୟିକ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ଚାକିରିରୁ ବାହାର କରାଗଲେ ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରିବ। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ବାରିକ, ମୌସୁମୀ ଭୂୟାଁ, ଶାନ୍ତନୁ କୁମାର ଭୋଳ, ମମତା ମହାନ୍ତ, ବିଜୟ ମହାକୁଡ଼, ଅଂଶୁମାନ ଚକ୍ରପାଣି, ଚନ୍ଦ୍ରଶେଖର ପ୍ରଧାନ, ତପନ ସିଂ, ରଜତ ପାତ୍ର ପ୍ରମୁଖ ଦାବି ଜଣାଇଛନ୍ତି।

The post ଡାଟା ଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କୁ ଦାବିପତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3Bbf9Fb