କଟକ : ଦୈନିକ ଖବରକାଗଜ ‘ସମାଜ’ର ୧୦୨ତମ ସ୍ବନକ୍ଷତ୍ର ଉତ୍ସବ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିସରରେ ପାଳିତ ହୋଇଯାଇଛି।

ଲୋକସେବକ ମଣ୍ଡଳର ସଭାପତି ରାଜକୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର, ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ନାୟକ ଯୋଗ ଦେଇଥିଲେ। ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ‘ସମାଜ’ର କାର୍ଯ୍ୟକାରୀ ସଂପାଦକ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ମଞ୍ଚାସୀନ ଥିଲେ। ଏହି ଅବସରରେ ରାଜ୍ୟର ୧୫ ଜଣ ଶ୍ରେଷ୍ଠ ଚିକିତ୍ସକଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ‘ଗୋପବନ୍ଧୁ’ଙ୍କ ସତ୍ୟବାଦୀର ପୂଜାସଂଖ୍ୟା ଉନ୍ମୋଚିତ ହୋଇଥିଲା। ସାମ୍ବାଦିକତା, ବିଜ୍ଞାପନ ଓ ପ୍ରସାରଣ କ୍ଷେତ୍ରରେ ଶ୍ରେଷ୍ଠ ୧୦ ଜଣ ଲେଖାଏଁ ବ୍ୟକ୍ତି ଏବଂ ସ୍ବାଧୀନତା ଦିବସ ଓ ଗୁରୁଦିବସ ବାର୍ତ୍ତା ପ୍ରତିଯୋଗିତାର ୧୦ ଜଣ ଲେଖାଏଁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

The post ‘ସମାଜ’ର ୧୦୨ତମ ସ୍ବନକ୍ଷତ୍ର ଉତ୍ସବ first appeared on Sambad.

from ଜିଲ୍ଲା | Sambad https://ift.tt/3Fc81e9