ଗଞ୍ଜାମ : ଗଞ୍ଜାମ ସହର ସନ୍ନିକଟ ଋଷିକୁଲ୍ୟା ମୁହାଣ ପାର୍ଶ୍ବ ଐତିହାସିକ ପର୍ଯ୍ୟଟନସ୍ଥଳୀ ପୋତାଗଡ଼ ପଛଭାଗ ନଦୀଶଯ୍ୟା ନିକଟରୁ ଗତକାଲି ତିନିଟି ପ୍ରାଚୀନ ପିତ୍ତଳ ମୂର୍ତ୍ତି ଠାବ କରାଯାଇଛି। ଦୁଇଟି ସପ୍ତଫଣୀ ସାପ, ଦୁଇଟି ଚନ୍ଦ୍ରଶେଖର ଓ ଶିବପାର୍ବତୀଙ୍କ ମୂର୍ତ୍ତି ମିଳିଛି। ପୋତାଗଡ଼ରେ ନିୟୋଜିତ ସୁରକ୍ଷାକର୍ମୀ ସୁରିୟା ପ୍ରଧାନ, କାହ୍ନୁ ତରାଇ ଓ ପପୁ ପଣ୍ଡା ନଦୀଶଯ୍ୟାରେ ବୁଲୁଥିବା ସମୟରେ ପୋତାଗଡ଼ର ପଛଭାଗ ପାହାଚକୁ ଲାଗି ରହିଥିବା ନଦୀଶଯ୍ୟାରେ ମୂର୍ତ୍ତିଗୁଡ଼ିକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ମୂର୍ତ୍ତିଗୁଡ଼ିକ ଶତାଧିକ ବର୍ଷ ପୁରାତନ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଏହାକୁ ପୋତାଗଡ଼ର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀଙ୍କ ହେପାଜତରେ ରଖାଯାଇଛି।

The post ପୋତାଗଡ଼ ନିକଟରୁ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3BEQHfJ